ଶ୍ରୀନଗର: ସୋମବାର ଦିନ ଜମ୍ମୁ କାଶ୍ମୀର ବିଧାନସଭା ଆରମ୍ଭରୁ ଦେଖିବାକୁ ମିଳିଛି ହଙ୍ଗାମା । ୬ ବର୍ଷ ପରେ ବିଧାନସଭା ନିର୍ବାଚନ ପରେ ହୋଇଥିବା ବୈଠକରେ ପିଡିପି ବିଧାୟକ ବାହିଦ ପାରା ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଏକ ପ୍ରସ୍ତାବ ଉପସ୍ଥାପନ କରିବା ପରେ ବିଜେପି ଓ ପିଡିପି ମୁହାଁମୁହିଁ ହୋଇଥିଲେ ।
ଗୃହ ଆରମ୍ଭରୁ ୨୦୧୯ ଅଗଷ୍ଟରେ ଭାରତ ସରକାର ଦ୍ୱାରା ଧାରା ୩୭୦ ଉଚ୍ଛେଦ ବିରୋଧରେ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହି ପ୍ରସଙ୍ଗରେ ବିଧାନସଭାରେ ବିତର୍କର ଆବଶ୍ୟକତା ଥିବା କହିଥିଲେ । ଏହାକୁ ବିରୋଧ କରି ବିଜେପିର ସମସ୍ତ ୨୮ ବିଧାୟକ ଗୃହରେ ପାଟିତୁଣ୍ଡ କରିବା ଆରମ୍ଭ କରିଦେଇଥିଲେ । ବିଜେପି ବିଧାୟକ ଶାମ ଲାଲ ଶର୍ମା ଏହି ପ୍ରସ୍ତାବକୁ ନିୟମର ଉଲ୍ଳଙ୍ଘର କହି ପାରାଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ ।
ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବିଧାନସଭା ଅଧ୍ୟକ୍ଷ ପରିସ୍ଥିତିକୁ ଥଣ୍ଡା କରିବାକୁ କହିଥିଲେ, ଏଯାଏଁ ମୋ ପାଖକୁ ପ୍ରସ୍ତାବ ଆସିନାହିଁ । ଯେତେବେଳେ ଆସିବ ସମୀକ୍ଷା କରିବି । ସେହିପରି ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲ୍ଲା କହିଥିଲେ, ଏହି ପ୍ରସ୍ତାବ ମାତ୍ର ଲୋକଦେଖାଣିଆ । ଏହାର କୌଣସି ମହତ୍ୱ ନାହିଁ । ଚର୍ଚ୍ଚା କୌଣସି ଜଣେ ସଦସ୍ୟ ସ୍ଥିର କରିପାରିବେ ନାହିଁ । ଏହା ପଛରେ କୌଣସି ବାସ୍ତବ ଉଦ୍ଦେଶ୍ୟ ଥିଲେ ଆଗ ମୋ ସହ ଆଲୋଚନା କରିଥାନ୍ତେ ।
ଏହା କହିବା ସହ ଅବଦୁଲ୍ଲା ସ୍ୱୀକାର କରିଥିଲେ ଧାରା ୩୭୦ ହଟିବା ପରେ ଲୋକଙ୍କ ଭିତରେ ରହିଛି ତୀବ୍ର ଅସନ୍ତୋଷ । ତେବେ ଉପରାଜ୍ୟପାଳ ମନୋଜ ସିହ୍ନା କହିଥିଲେ କି, ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବାରେ ସେ ପ୍ରତିଶ୍ରୁତିବଦ୍ଧ ଓ ଏହାକୁ ଲୋକତାନ୍ତ୍ରିକ ସଂସ୍ଥାରେ ଜନତାଙ୍କ ବିଶ୍ୱାସର ପ୍ରତୀକ କହିଥିଲେ । ଏହାକୁ ନେଇ ପିଡିପି ମୁଖ୍ୟ ମେହବୁବା ମୁଫ୍ତି ନିଜ ବିଧାୟକ ପାରାଙ୍କୁ ସମର୍ଥନ କରି ଟ୍ୱିଟ କରି କହିଛନ୍ତି, ଧାରା ୩୭୦ ହଟାଇବାକୁ ବିରୋଧ କରିବାକୁ ଓ ବିଶେଷ ମାନ୍ୟତା ଦେବାର ସଂକଳ୍ପ ପାଇଁ ଜେକେ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପନ କରିଥିବାରୁ ପାରାଙ୍କ ଉପରେ ଗର୍ବ କରୁଛି । ଭଗବାନ ଆପଣଙ୍କ ଭଲ କରନ୍ତୁ ।
#WATCH | Ruckus breaks out in J&K Assembly after PDP MLA Waheed ur Rehman Para moved a resolution on the revocation of J&K’s special status and Article 370 on the first day of the session. It was opposed by the BJP MLAs.
J&K CM Omar Abdullah says, “We knew that preparation for… pic.twitter.com/JwNTrJ6bJB
— ANI (@ANI) November 4, 2024