fbpx

ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ପିପିଲି ଉପ-ନିର୍ବାଚନରେ ବିପୁଳ ମାତ୍ରାରେ ବିଜୟୀ ହେବା ପରେ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି ରୁଦ୍ର ମହାରଥୀ । ବିଧାନସଭାରେ ରୁଦ୍ରଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ପିପିଲି ଉପନିର୍ବାଚନରେ ବିଜୟୀ ହେବା ପରେ ଆଦି ବିଧିବଦ୍ଧ ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ବାପା ପ୍ରଦୀପ ମହାରଥୀଙ୍କ ଆସନରୁ ବିଜୟୀ ହୋଇ ବିଧାନସଭାକୁ ଆସିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ।

ତେବେ ଓଡ଼ିଶା ବିଧାନସଭାର କେବଳ ଗୋଟିଏ ଆସନ ହିଁ ଖାଲିପଡିଥିଲା । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନ ପାଇଁ ହୋଇଥିଲା ଉପନିର୍ବାଚନ, ଯେଉଁଥିରେ ବାପାଙ୍କ ଶୂନ୍ୟସ୍ଥାନ ପୂରଣ କରିଛନ୍ତି ପୁଅ ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀଙ୍କୁ ପ୍ରାୟ ୨୦ ହଜାର ଭୋଟରେ ହରାଇ ରୁଦ୍ର ପିପିଲିରେ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.