fbpx

ଦୁନିଆରେ ବୃଦ୍ଧି ପାଇବ ଟଙ୍କାର ପତିଆରା, ବଡ ଯୋଜନା ପ୍ରସ୍ତୁତ କରୁଛି RBI

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶ ବର୍ତ୍ତମାନ ଆମଦାନୀ ଏବଂ ରପ୍ତାନୀ ପାଇଁ ଆମେରିକାର ଡଲାର ବ୍ୟବହାର କରୁଛନ୍ତି । ଭାରତ ମଧ୍ୟ ପଣ୍ୟ କାରବାର ପାଇଁ ଡଲାର ଉପରେ ନିର୍ଭର କରିଥାଏ । କିନ୍ତୁ ଆଗକୁ ଏହି ସ୍ଥିତି ବଦଳିପାରେ । କାରଣ ସୀମାପାର ବ୍ୟାପାର କରିବା ପାଇଁ ଭାରତୀୟ ଟଙ୍କାକୁ ଆଗ୍ରାଧିକାର ଦେବାକୁ ଭାରୟ ରିଜର୍ଭ ବ୍ୟାଙ୍କ ଯୋଜନା କରୁଛି । ଏନେଇ ଦକ୍ଷିଣ ଏସିଆ ଦେଶ ମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ ସହିତ ଆଲୋଚନା ଚାଲିଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର କହିଛନ୍ତି ।

ଭାରତ ସମେତ ଦକ୍ଷିଣ ଏସିଆରେ ଦରଦାମ୍ ଉପରେ ନିୟନ୍ତ୍ରଣ ପାଇବା ପ୍ରାଥମିକ ଉଦେଶ୍ୟ । ସେହିପରି ବର୍ତ୍ତମାନ ଭାରତରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ଟଙ୍କା(ସିବିଡିସି) ପାଇଲଟ ପର୍ଯ୍ୟାୟରେ ରହିଛି । ଦେଶରେ ଡିଜିଟାଲ ଟଙ୍କାର ବ୍ୟବହାରକୁ ନେଇ ଆରବିଆଇ ଖୁବ୍ ସତର୍କ ରହିଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ର ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ୨୦୨୨-୨୩ ପାଇଁ ବିଶ୍ୱର ବାଣିଜ୍ୟ ଦୃଷ୍ଟିକୋଣ ଅନୁଯାୟୀ ଦକ୍ଷିଣ ଏସୀୟ ଅଞ୍ଚଳରେ ଆଞ୍ଚଳିକ ବାଣିଜ୍ୟ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଦାଶ କହିଛନ୍ତି ।

କେନ୍ଦ୍ରୀୟ ବ୍ୟାଙ୍କ ସ୍ତରରେ ସହଭାଗୀ ଲକ୍ଷ୍ୟ ଏବଂ ଆହ୍ୱାନ ବିଷୟରେ ପରସ୍ପରଠାରୁ ଶିଖିବା ହେଉଛି ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ଦାସ କହିଛନ୍ତି। ସୀମା ବାଣିଜ୍ୟରେ ସିପିଡିସିର ପ୍ରୋତ୍ସାହନ ଏବଂ ସିବିଡିସି ଯେଉଁ ଦିଗରେ ଆରବିଆଇ ଆଗକୁ ବଢିବା ଆରମ୍ଭ କରିଛି, ଏହି କ୍ଷେତ୍ରରେ ସହଯୋଗ ଆହୁରି ବୃଦ୍ଧି କରାଯାଇପାରିବ। ବର୍ତ୍ତମାନ ସମୟରେ ‘ଅନେକ ବାହ୍ୟ ଧକ୍କା ଦକ୍ଷିଣ ଏସୀୟ ଅର୍ଥନୀତି ଉପରେ ମୂଲ୍ୟ ଚାପ ସୃଷ୍ଟି କରିଛି ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। କିନ୍ତୁ ମୁଦ୍ରାସ୍ଫୀତିକୁ ସଫଳତାର ସହ ହ୍ରାସ କରିବା ପାଇଁ ବିଶ୍ୱାସଯୋଗ୍ୟ ମୁଦ୍ରା ନୀତି କାର୍ଯ୍ୟ, ଲକ୍ଷ୍ୟ ଧାର୍ଯ୍ୟ ଯୋଗାଣ ପାର୍ଶ୍ୱ ହସ୍ତକ୍ଷେପ, ଆର୍ଥିକ ବାଣିଜ୍ୟ ନୀତି ଏବଂ ପ୍ରଶାସନିକ ପଦକ୍ଷେପ ପ୍ରମୁଖ ଉପକରଣ ହୋଇପାରିଛି। ଯାହା ଆଗକୁ ଦକ୍ଷିଣ ଏସୀୟ ଅଞ୍ଚଳ ପାଇଁ ମୂଲ୍ୟ ସ୍ଥିରତାକୁ ପ୍ରାଥମିକତା ଦେବା ହେଉଛି ସର୍ବୋତ୍ତମ ବିକଳ୍ପହେବ।

 

 

Get real time updates directly on you device, subscribe now.