ଋଷ ବିରୋଧରେ ସାଙ୍କସନ୍ ଯୁଦ୍ଧ ସହିତ ସମାନ: ସମଗ୍ର ବିଶ୍ୱକୁ ଚେତାବନୀ ଦେଲେ ପୁତିନ

ନୂଆଦିଲ୍ଲୀ: ଋଷ ବିରୋଧରେ ବିଶ୍ୱର ଅର୍ଦ୍ଧାଧିକ ରାଷ୍ଟ୍ର ଋଷ ବିରୋଧରେ ସାଙ୍କସନ ଲଗାଇଛନ୍ତି । ୧୧ ଦିନରେ ଯୁଦ୍ଧ ପହଞ୍ଚିଥିବା ବେଳେ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ୨୧ଟି ୟୁରୋପୀୟ ରାଷ୍ଟ୍ର ଋଷକୁ ବିରୋଧ କରିବା ସହିତ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପ୍ରେରଣ କରିଥିଲେ । ତେବେ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଋଷ ରାଷ୍ଟ୍ରପତି । ଯେଉଁ ରାଷ୍ଟ୍ର ମାନେ ଋଷ ବିରୋଧରେ ସାଙ୍କସନକୁ ମଞ୍ଜୁରୀ ଦେଇଛନ୍ତି ସେମାନେ ପରୋକ୍ଷରେ ଋଷ ବିରୋଧରେ ଯୁଦ୍ଧ କରୁଛନ୍ତି ବୋଲି କହିଛନ୍ତି ଭ୍ଲାଦିମିର ପୁତିନ । ଏହାର ପରିମାଣ ଅତ୍ୟନ୍ତ ଭୟଙ୍କର ହେବ ବୋଲି ପୁତିନ ପଶ୍ଚିମ ରାଷ୍ଟ୍ର ଗୁଡିକୁ ଚେତାବନୀ ଦେଇଛନ୍ତି ।

ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ କାରଣରୁ ବର୍ତ୍ତମାନ ସୁଦ୍ଧା ୧୪.୫ ଲକ୍ଷ ୟୁକ୍ରେନୀୟ ନାଗରିକ ବର୍ତ୍ତମାନ ଦେଶ ଛାଡି ସାରିଛନ୍ତି । ଦେଶ ଛାଡିଥିବା ଲୋକଙ୍କ ମଧ୍ୟରୁ ୭ ଲକ୍ଷ ୮୭ ହଜାର ୩୦୦ ଜଣ ଲୋକ ପୋଲାଣ୍ଡ ଯାଇଥିବା ବେଳେ ମୋଲ୍ଡୋଭାକୁ ୨,୨୮,୭୦୦ଜଣ ପଳାୟନ କରିଛନ୍ତି । ଏହା ସହିତ ହଙ୍ଗେରୀକୁ ୧,୪୪,୭୦୦ ଜଣ, ରୋମାନିଆକୁ ୧,୩୨,୬୦୦ ଜଣ ଏବଂ ରୋମାନିଆକୁ ୧ ଲକ୍ଷ ୫ହଜାର ଲୋକ ପଳାୟନ କରିଛନ୍ତି । ସ୍ଲୋଭାକିଆକୁ ୧୩୮ ଜଣ ଶରଣାର୍ଥୀ ଯାଇଥିବା ବେଳେ ଏହା ଆଗାମୀ ଦିନରେ ବଡ ସମସ୍ୟା ସୃଷ୍ଟି କରିବ ବୋଲି ଅନୁମାନ କରାଯାଇଛି ।