fbpx

ପରସ୍ପର ଉପରେ ମିଶାଇଲ ଟାର୍ଗେଟ କଲେ ଋଷ-ୟୁକ୍ରେନ: ଯୁଦ୍ଧ ୧୫୦ ଦିନ ପରେ କ’ଣ ରହିଛି ସ୍ଥିତି?

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୫୦ ଦିନ ବିତି ସାରିଛି । କିନ୍ତୁ ଏବେ ବି ଉଭୟ ଦେଶ ମଧ୍ୟରେ ତିକ୍ତତା ବଜାୟ ରହିଛି । ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ରହିଥିବା ବେଳେ ମଧ୍ୟ ୟୁକ୍ରେନରେ ଶନିବାର ମିସାଇଲ ଟାର୍ଗେଟ କରିଛି ଋଷ ସେନା । ସେପଟେ ୟୁକ୍ରେନ ମଧ୍ୟ ଋଷର କବଜାରେ ଥିବା ଦକ୍ଷିଣ ଅଞ୍ଚଳରେ ରକେଟ ଅଟାକ କରିଛି । ତେବେ ଏହି ଆକ୍ରମଣରେ ବିଶେଷ କ୍ଷତି ହୋଇ ନଥିବା ସୂଚନା ମିଳିଛି । ଋଷର ମିଶାଇଲ ମାଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

କେନ୍ଦ୍ରୀୟ ୟୁକ୍ରେନର କିରୋଭୋହରାଦସ୍କା ଅଞ୍ଚଳରେ ଏକ ଏୟାରଫିଲ୍ଡ ଏବଂ ରେଳସ୍ଥାପନ ଉପରେ ଋଷ ୧୩ଟି କ୍ଷେପଣାସ୍ତ୍ର ପ୍ରୟୋଗ କରିଛି । ତେବେ ଋଷର ଏହି ଆକ୍ରମଣରେ କମ୍ ସେ କମ୍ ଜଣେ କର୍ମୀ ଏବଂ ୨ ଜଣ ଗାର୍ଡ ପ୍ରାଣ ହରାଇଥିବା କହିଛନ୍ତି ଗଭର୍ଣ୍ଣର ଏଡ୍ରିୟ ରେଲକୋବିଚ । ତେବେ ଅନ୍ୟ ୧୩ ଜଣ ଏଥିରେ ଆହତ ହୋଇଥିବା ମଧ୍ୟ ସୂଚନା ଦିଆଯାଇଛି ।

ସେପଟେ ଦନିପର ନଦୀ ପଠାରୁ ଋଷ କବଜାରେ ଥିବା ସାଉଥ ଖେରସୋନ ଅଞ୍ଚଳକୁ ରକେଟ ଆଟାକ କରିଛି ୟୁକ୍ରେନ ସେନା । ତେବେ ଉଭୟ ଦେଶ ମଧ୍ୟରେ ଏହି ଯୁଦ୍ଧ ଏବେ ୧୫୦ ଦିନରେ ପହଞ୍ଚିଥିବା ବେଳେ ଏହାର କୌଣସି ସ୍ଥାୟୀ ସମାଧାନ ମିଳି ପାରିନାହିଁ । ଉଭୟ ଦେଶ ପରସ୍ପର ଉପରେ ବିଜୟ ହାସଲ କରିବା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଦ୍ୱାରା ଆକ୍ରମଣ ଜାରି ରଖିଛନ୍ତି ।

Get real time updates directly on you device, subscribe now.