କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୯ମ ଦିନ । ଏବେ ଅବସ୍ଥା ଅଧିକ ବିଗିଡ଼ିଯାଇଛି । ଶକ୍ତିଶାଳୀ ରୁଷ ଲଗାତାର ଭାବେ ୟୁକ୍ରେନକୁ ନଷ୍ଟ କରିବାରେ ଲାଗିଛି । ଉଭୟ ପକ୍ଷରୁ ଧନ-ଜୀବନ ନଷ୍ଟ ହେଉଛି । ଏହାରି ମଧ୍ୟରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଆ ପାୱାର ପ୍ଲାଣ୍ଟ ଉପରେ ରୁଷ ଆକ୍ରମଣ କରିଛି । ୟୁକ୍ରେନର ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ ହୋଇଛି ।
ଯଦି ବିସ୍ଫୋରଣ ହୁଏ, ତାହେଲେ ଚର୍ଣ୍ଣୋବିଲ ଜିଜାଷ୍ଟରର ୧୦ ଗୁଣା ବଡ଼ ଅଘଟଣ ଘଟିପାରେ । ଏନେଇ ସତର୍କ କରାଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ସେ ଅପିଲ କରିଛନ୍ତି । ୟୁକ୍ରେନର ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରୁ ଧୂଆଁ ବାହାରୁଥିବା ୟୁକ୍ରେନର ସରକାରୀ ଅଧିକାରୀ କହିଛନ୍ତି ।