fbpx

ଓଡେଶା ଏୟାରପୋର୍ଟକୁ ଧ୍ଵଂସ କଲା ରୁଷ, ପ୍ରତିଶୋଧ ନେଲା ୟୁକ୍ରେନ, ମାରି ଖସାଇଲା ନଅଟି ବିମାନ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଲଢେଇର ଆଜି ହେଉଛି ୬୭ତମ ଦିନ। ଯୁଦ୍ଧରେ ଛାରଖାରର ଦ୍ଵାର ଦେଶରେ ୟୁକ୍ରେନ। ଏହା ସତ୍ତ୍ଵେ ବି ୟୁକ୍ରେନ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହେଁ। ରୁଷ ରବିବାର ଓଡେଶା ବିମାନ ବନ୍ଦରକୁ ଧ୍ଵଂସ କରି ଦେଇଛି। ରୁଷ କ୍ରିମିଆରୁ ଏହି ରକେଟ୍ ଆକ୍ରମଣ କରିଛି। ତେବେ ମୃତାହତର କୌଣସି ଖବର ନାହିଁ। ତେବେ ରୁଷ ସେନା ଦ୍ଵାରା ଓଡେଶାରେ ଧ୍ଵଂସ କରାଯାଇଥିବା ବିମାନ ବନ୍ଦର ପ୍ରତିଶୋଧ ୟୁକ୍ରେନ ନେଇଛି। ୟୁକ୍ରେନ ରୁଷର ଦୁଇଟି ସୁଖୋଇ ଏବଂ ସାତ ୟୁଏଭି ମାରି ଖସାଇ ଦେଇଛି।

ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଝିରେ ଆମେରିକା ସହିତ ୟୁରୋପୀୟ ଦେଶ ମଧ୍ୟ ଖୋଲାଖୋଲି ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ନରଓ୍ଵେ ୟୁକ୍ରେନକୁ ମିଷ୍ଟ୍ରଲ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ ଯୋଗାଇ ଦେଇଛି। ଡେନମାର୍କ ମଧ୍ୟ ୟୁକ୍ରେନକୁ ବ୍ୟାପକ ମାତ୍ରାରେ ଯୁଦ୍ଧାସ୍ତ୍ର ଦେବାକୁ ଯୋଜନା କରୁଛି। ସ୍ଥିତି ଦେଖିଲେ ଲାଗୁଛି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର କୌଣସି ଆଶା ଲାଗୁ ନାହିଁ।

ରୁଷ ଏବଂ ୟୁକ୍ରେନ ଲଢେଇରେ ଶାନ୍ତି ଆଲୋଚନା ପାଇଁ ଉଦ୍ୟମ କରୁଥିବା ମିଳିତ ଜାତିସଂଘର ପ୍ରମୁଖ ଆଣ୍ଟୋନିଅ ଗୁଟେରସ ଶୁକ୍ରବାର ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ପାଖାପାଖି ଗୋଟିଏ ଘଣ୍ଟା ଧରି ହୋଇଛି। ଏହି ସମୟରେ କିଭରେ ଦୁଇ ମିସାଇଲ ଆକ୍ରମଣ ମଧ୍ୟ ହୋଇଛି। ଆକ୍ରମଣରେ ଗୁଟେରସ ଦଳର କୌଣସି ବି ସଦସ୍ୟଙ୍କ କ୍ଷତି ଘଟିନଥିବା ଜଣା ପଡିଛି। ତେବେ ଅଚାନକ ଆକ୍ରମଣରେ ଗୁଟେରସ ବିସ୍ମିତ ପ୍ରକାଶ କରିଛନ୍ତି। ସେ ଏହି ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି।

Get real time updates directly on you device, subscribe now.