fbpx

ପିଏମ ମୋଦୀ ରୁଷ ପହଞ୍ଚିବାର କିଛି ସମୟ ପୂର୍ବରୁ ଘଟିଲା ଏପରି ଘଟଣା, ସମସ୍ତେ ସ୍ତବ୍ଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଅଛନ୍ତି । ରୁଷ ୟୁକ୍ରେନର ୫ଟି ସହରରେ ୪୦ରୁ ଅଧିକ ମିସାଇଲ ଆକ୍ରମଣ କରିଛି । ଯେଉଁଥିରେ ୟୁକ୍ରେନକୁ ବହୁତ କ୍ଷତି ସହିବାକୁ ପଡିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଖବର ଆସିଥିଲା ଯେ, ରୁଷ ଗତ ୨୪ ଘଣ୍ଟାରେ ୟୁକ୍ରେନ ଉପରେ ୫୫ରୁ ଅଧିକ ଏୟାରଷ୍ଟ୍ରାଇକ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ପାଖାପାଖି ୧୧ ଲୋକଙ୍କ ପ୍ରାଣ ହରାଇଥିଲେ ଏବଂ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଗତ ୨ ବର୍ଷ ଧରି ଚାଲିଆସୁଥିବା ଏହି ଯୁଦ୍ଧ ରୋକିବାର ନାମ ନେଉନି । ଲଗାତାର ଦୁନିଆସାରା ଦେଶ ଏହି ଯୁଦ୍ଧକୁ ରୋକିବାକୁ ଚେଷ୍ଟା କେରୁଛନ୍ତି ।

Get real time updates directly on you device, subscribe now.