fbpx
BSKY SKY
BSKY SKY

ରୁଷକୁ ମିଳିଲା ସୁନା ଖଣିର ସନ୍ଧାନ

BSKY

ଓଡ଼ିଶା ଭାସ୍କର: ଦୀର୍ଘ ଦିନ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ବେଳେ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇଛନ୍ତି । ଆର୍ଥିକ ଅନଟନ ମଧ୍ୟରେ ରୁଷ ହାତରେ ଲାଗିଛି ବଡ଼ ଖଜଣା । ରୁଷକୁ ପୂର୍ବାଞ୍ଚଳରେ ମିଳିଛି ସୁନାର ଖଣି । ଏହି ସୁନା ଖଣିରେ ୧୦୦ ଟନରୁ ଉଦ୍ଧ୍ୱର୍ ମାତ୍ରାରେ ସୁନା ରହିଥିବା ରୁଷ ଦାବି କରିଛି । ୧୯୧୯ରେ ସୋଭିଏତ୍ ୟୁନିୟନ ବିଲୋପ ପରେ ଏହା ହେଉଛି ସବୁଠାରୁ ବଡ଼ ଆବିଷ୍କାର । ବିଗତ ୨ ବର୍ଷ ଧରି ରୁଷ ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣାର ସାମ୍ନା କରିଆସୁଥିଲା । ସେଥିମଧ୍ୟରୁ କିଛି ଦେଶ ରୁଷର ସମ୍ପତ୍ତି ଜବତ କରିଥିଲେ । ଏଥିମଧ୍ୟରେ ରୁଷ ପାଇଁ ଏହି ସୁନା ଖଣି ଗୁରୁତ୍ୱପୂର୍ଣ୍ଣ ବିବେଚିତ କରାଯାଇଛି । ରୁଷର ଏକ ସରକାରୀ କମ୍ପାନୀ ରୋସାଟମ୍ର ଖଣି ବିଭାଗ ଘୋଷଣା କରିଛି ।

Get real time updates directly on you device, subscribe now.