fbpx

ସୀମାରେ ଋଷ ନିଯୋଜିତ କରିଛି ୧.୫ ଲକ୍ଷ ସୈନିକ: ସଂସଦରେ ୟୁକ୍ରେନର ଦାବି

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ ସ୍ଥିତି । ଋଷ ଏହାର ସବୁ ସୈନ୍ୟଙ୍କୁ ସୀମାରୁ ହଟାଇଥିôବା ବୋଲି କହୁଥିବାବେଳେ । ଏହାରି ମଧ୍ୟରେ ୟୁକ୍ରେନ ରକ୍ଷା ମନ୍ତ୍ରୀ ଓଲେକ୍ସିୀ ରେଜନିକୋଭ କହିଛନ୍ତି ଯେ ଋଷିଆ ୟୁକ୍ରେନ ଚାରି ପାଖରେ ଏହାର ସୈନ୍ୟ ସାମନ୍ତ ବଢ଼ାଇବାରେ ଲାଗିଛି, ଋଷ ଏପର୍ଯ୍ୟନ୍ତ ୧୪୯,୦୦୦ ହଜାର ସୈନ୍ୟ ଷ୍ଟେସନ ତିଆରି କରିଥିବା ନେଇ କହିଛନ୍ତି ।

ୟୁକ୍ରେନ ସଂସଦରେ ଏହି ସୂଚନା ଦେଇ ୟୁକ୍ରେନ ରକ୍ଷାମନ୍ତ୍ରୀ କହିଛନ୍ତି ଯେ ଋଷ ସୈନ୍ୟ ଡିଭିଜନରେ ୧,୨୯,୦୦୦ ରହିଛି । କିନ୍ତୁ ଯଦି ସମୁଦାୟ ନୌସେନା ଏବଂ ବାୟୁସେନା ୟୁନିଟ୍ କୁ ମିଶାଇ ଦେଖାଯାଏ ତେବେ ଏହା ୧୪୯,୦୦୦ ହେଉଛି । ସେ କହିଛନ୍ତି ଋଷ ସୈନିକଙ୍କ ସହ ମିଶି ୟୁକ୍ରେନ ବିରୋଧୀମାନେ ସୀମା ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ଗୋଳାବାରି କରୁଛନ୍ତି ।

ଏହାରି ମଧ୍ୟରେ ଋଷ ସେନା ଶୁକ୍ରବାର ବଡ଼ମାତ୍ରାରେ ସାମରିକ ଅଭ୍ୟାସ ଆରମ୍ଭ କରିଛି । ଋଷ ରକ୍ଷା ମନ୍ତ୍ରାଳୟ ଅନୁଯାୟୀ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ବ୍ୟକ୍ତିଗତ ଭାବରେ ଶନିବାର ମିଲିଟାରୀ ଡ୍ରିଲର ନିରୀକ୍ଷଣ କରିବେ । ଏହା ସହ ସେନାର ପ୍ରସ୍ତୁତି, ପରମାଣୁ ଏବଂ ପାରମ୍ପରିକ ହତିଆରର ବିଶ୍ୱସନୀୟତା ପରୀକ୍ଷଣ କରିବେ ବୋଲି କୁହାଯାଇଛି । ଏହି ସୈନ୍ୟ ଅଭ୍ୟାସର ସୂଚନା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁୁରୁବାର ଚେତାବନୀ ଦେଇଥିଲେ ଯେ କିଛି ଦିନ ମଧ୍ୟରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ।

ପଶ୍ଚିମ ଦେଶ ଗୁଡ଼ିକର ସରକାରମାନେ ଅନୁମାନ କରୁଛନ୍ତି ଯେ ସୀମାରେ ଋଷ ସୈନ୍ୟଙ୍କ ସଂଖ୍ୟା ୧,୫୦,୦୦୦  ରହିଛି । ଯାହା ଋଷର ସମୁଦାୟ ସୈନ୍ୟବଳର ୬୦% । ଅବଶ୍ୟ ଋଷ ତରଫରୁ ଲଗାତାର କୁହାଯାଉଛି ଯେ ୟୁକ୍ରେନ ଉପରେ ଆକ୍ରମଣ ନେଇ କୌଣସି ଯୋଜନା ନାହିଁ ।

ଅନ୍ୟପଟେ ଆମେରିକା ଏବଂ ଏହାର ସହଯୋଗୀ ୟୁକ୍ରେନ ଏବଂ ଅନ୍ୟ ପୂର୍ବ ସୋଭିଏତ ଗଣରାଜ୍ୟଙ୍କୁ ନାଟୋରୁ ଦୂରେଇ ରହିବାକୁ ମସ୍କୋ ଅନୁରୋଧ କରିଛି । ପଶ୍ଚିମ ଦେଶ ଗୁଡ଼ିକ ୟୁକ୍ରେନରେ ହତିଆର ନିଯୋଜିତ କରିବା ଏବଂ ୟୁରୋପରୁ ନାଟୋ ବଳକୁ ପଛକୁ ନେବାକୁ ମଧ୍ୟ ଅନୁରୋଧ କରିଛି ମସ୍କୋ । ଅବଶ୍ୟ ୱାସିଂଟନ ଏବଂ ତାଙ୍କ ସହଯୋଗୀ ଋଷର ଦାବିକୁ ସ୍ପଷ୍ଟ ଭାବରେ ଖାରଜ କରିଦେଇଛନ୍ତି ।

Get real time updates directly on you device, subscribe now.