fbpx

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ନେଇ ୟୁରୋପକୁ ଟାର୍ଗେଟ କଲା ଋଷ, କହିଲା ବିପଦରେ ପଡ଼ିପାରେ ସୁରକ୍ଷା

ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ୬୪ ଦିନ ବିତିଲାଣି । ହେଲେ ଏବେବି ୟୁକ୍ରେନ ଉପରୁ ସଙ୍କଟର କଳା ବାଦଲ ଯାଉନାହିଁ । ଋଷର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସସ୍ତୁପ ପାଲଟିଛି । ଦୁଇ ଦେଶ ମଧ୍ୟରୁ କେହିବି ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଏହାରି ମଧ୍ୟରେ ଗୁରୁବାର ୟୁକ୍ରେନକୁ ହତିଆର ଯୋଗାଇବା ୟୁରୋପର ସୁରକ୍ଷା ପାଇଁ ବିପଦ ହୋଇପାରେ ବୋଲି କହିଛି ଋଷ ।

କ୍ରେମାଲିନ ପ୍ରବକ୍ତା ଦିମିତ୍ରି ପେସକୋଭ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୟୁକ୍ରେନକୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଯୋଗାଇବା ଭିବଷ୍ୟତରେ ୟୁରୋପର ସୁରକ୍ଷାକୁ ବିପଦରେ ପକାଇପାରେ । ଯୁଦ୍ଧ ସମୟରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ୟୁରୋପର ସୁରକ୍ଷାରେ ଅସ୍ଥିରତାକୁ ବଢ଼ାଉଛି ।

ସୂଚନାଯୋଗ୍ୟ, ଋଷର ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଋଷ ସୈନିକଙ୍କୁ ହରାଇବା ପାଇଁ ବିଶ୍ୱର ଅନେକ ଶକ୍ତିଶାଳୀ ଦେଶକୁ ଅସ୍ତ୍ରଶସ୍ତ୍ର ମାଗିଛନ୍ତି । କିନ୍ତୁ ୟୁକ୍ରେନ ସାହାଯ୍ୟ କରୁ୍ଥିବା ସବୁ ଦେଶ ନାଟୋ ଏବଂ ମସ୍କୋ ମଧ୍ୟରେ ସିଧାସଳଖ ବିବାଦ ଭଳି ସ୍ଥିତିରୁ ଦୂରେଇ ରହିବାକୁ ଚାହୁଛନ୍ତି ।

କ୍ରେମାଲିନ ପ୍ରବକ୍ତା ଏହା ପୂର୍ବରୁ ବୁଧବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ତରଫରୁ ଚେତାବନୀ ଦେଇ କହିଥିଲେ ଯେ ଋଷ ପାଖରେ ସେହି ସବୁ ଦେଶମାନଙ୍କ ବିରୋଧରେ ତକ୍ରାଳ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସବୁ ସାଧନ ରହିଛି ଯେଉଁମାନେ ୟୁକ୍ରେନ ଋଷ ଯୁଦ୍ଧରେ ହସ୍ତକ୍ଷେପ କରିବେ । ଏହା ସହ ଋଷ ଆମେରିକାକୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନପଠାଇବାକୁ ମଧ୍ୟ କହିଛି ।

Get real time updates directly on you device, subscribe now.