fbpx

ଜେଲରେ ବନ୍ଦୀ ଅବସ୍ଥାରେ ‘ନେତା’ଙ୍କ ମୃତ୍ୟୁ: କାରଣ ଏବେ ବି ଅସ୍ପଷ୍ଟ

ନୂଆଦିଲ୍ଲୀ: ଜେଲରେ ବନ୍ଦୀ ଅବସ୍ଥାରେ ଥାଇ ପ୍ରାଣ ହରାଇଛନ୍ତି ଋଷର ବିରୋଧୀ ନେତା ଏଲେକ୍ସି ନବଲନୀ । ୟମାଲୋ-ନେନେଟ୍ସ ଅଞ୍ଚଳର ଜେଲ ସେବା ଏ ନେଇ ସୂଚନା ଦେଇଛନ୍ତି । ୱେବସାଇଟରେ ଏ ନେଇ ଏକ ବୟାନରେ ୟମାଲୋ-ନେନେଟ୍ସ ସ୍ୱାୟତ୍ତ ଜିଲ୍ଲାର ସଂଘୀୟ ପ୍ରାୟଦ୍ୱୀପୀୟ ସେବା କହିଛନ୍ତି ଯେ, ନବଲନୀ ଶୁକ୍ରବାର ବୁଲାବୁଲି କରିବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ସେ ବେହୋସ ମଧ୍ୟ ହୋଇ ଯାଇଥିଲେ । ରିପୋର୍ଟ ଅନୁସାରେ, ଚିକିତ୍ସା ପାଇଁ ମେଡିକାଲ ଷ୍ଟାଫଙ୍କୁ ଡକାଯିବା ପରେ ମଧ୍ୟ ସେମାନେ ତାଙ୍କୁ ହୋସକୁ ପେରାଇ ଆଣି ପାରି ନଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆଲେକ୍ସଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

ଋଷର ପ୍ରମୁଖ ବିରୋଧୀ ନେତା ଏବଂ ଭ୍ଲାଦିମିର ପୁତିନଙ୍କ ମୁଖର ଆଲୋଚକ ଆଲେକ୍ସି ନବଲନୀଙ୍କ ଗତବର୍ଷ ଅଗଷ୍ଟରେ ୧୯ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଋଷ ଅଦାଲତ । ଏହାଭିତରେ ଆଲେକ୍ସି ନବଲନୀଙ୍କ ମୃତ୍ୟୁର କାରଣ କିଛି ଜଣାପଡ଼ି ନଥିବା କ୍ରେମାଲିନ୍ ଦାବି କରିଛନ୍ତି । ତେବେ ଜେଲ ସେବା ନବଲନୀଙ୍କ ମୃତ୍ୟୁର କାରଣ ନେଇ ଯାଞ୍ଚ ଜାରି ରଖିଥିବା କହିଛନ୍ତି ଋଷ ସରକାର । ନବଲନୀଙ୍କ ମୃତ୍ୟୁ ସ୍ୱାଭାବିକ ମୃତ୍ୟୁ ନୁହେଁ, ବରଂ ଏହା ଏକ ହତ୍ୟା ବୋଲି ସେ ଅଭିଯୋଗ ଆଣିଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା ଦିମିତ୍ରି ମୁରାଟୋଭ । ଜେଲର ସ୍ଥିତି ଯୋଗୁଁ ନବଲନୀଙ୍କ ମୃତ୍ୟୁ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଋଷର ବିଶିଷ୍ଟ ବିରୋଧୀଦଳ ନେତା ତଥା ପୁତିନଙ୍କ ମୁଖର ସମାଲୋଚକ ଆଲେକ୍ସ ନବଲନୀଙ୍କୁ ଗତ ବର୍ଷ ଅଗଷ୍ଟ ମାସରେ ଋଷର କୋର୍ଟ ଦ୍ୱାରା ଉଗ୍ରବାଦ ଅଭିଯୋଗରେ ୧୯ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ନବଲନୀ ଜେଲ କଲୋନୀରେ ଦଣ୍ଡ ଭୋଗୁଥିଲେ, ଏହା ମସ୍କୋଠାରୁ ପ୍ରାୟ ୧,୯୦୦ କିଲୋମିଟର ଦୂରରେ ।

Get real time updates directly on you device, subscribe now.