fbpx

‘ଟଙ୍କାଭର୍ତ୍ତି ୪ କାର ସହ ଦେଶ ଛାଡିଛନ୍ତି ଘନି’

ନୂଆଦିଲ୍ଲୀ: ତାଲିବାନ ଶାସନ କ୍ଷମତାକୁ ଫେରିବା ପରେ ଦେଶ ଛାଡି ପଳାୟନ କରିଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘନି । ଗୋଟିଏ ପଟେ ତାଲିବାନ ଶାସନକୁ ନେଇ ସମଗ୍ର ବିଶ୍ୱରେ ଅସନ୍ତୋଷର ଛାୟା ଦେଖା ଦେଇଥିବା ବେଳେ ଋଷିଆ କିନ୍ତୁ ଭିନ୍ନ ମତ ପ୍ରକାଶ କରିଛି । ରବିବାର ତାଲିବାନ କ୍ଷମତା ଦଖଲ କରିଥିବା ବେଳେ ଘନି ଦେଶ ଛାଡି ପଳାୟନ କରିଥିଲେ ।
ସୋମବାର ଋଷିଆ ପକ୍ଷରୁ ଘନିଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଅଣାଯାଇଛି । ୪ଟି କାର ଭର୍ତ୍ତି ଟଙ୍କା ସହିତ ଘନି ଦେଶ ଛାଡି ପଳାୟନ କରିଛନ୍ତି ବୋଲି ଋଷିଆ ପକ୍ଷରୁ କୁହାଯାଇଛି । ଏପରିକି ଟଙ୍କା ଯାଗା ନଧରିବାରୁ କିଛି ଟଙ୍କା ସେ ଛାଡି ପଳାଇଛନ୍ତି ବୋଲି ଋଷ ପକ୍ଷରୁ କୁହାଯାଇଛି । ଋଷ ଆହୁରି ମଧ୍ୟ ସ୍ପଷ୍ଟ କରିଛି, କି ଆଫଗାନିସ୍ତାନରୁ ଏହାର ଦୂତାବାସ ଏବଂ ରାଷ୍ଟ୍ରଦୂତ ପ୍ରତ୍ୟାହାର କରୁନାହିଁ । ତାଲିବାନୀ ଶାସନକୁ ସ୍ୱୀକାର କରିନଥିଲେ ହେଁ ବର୍ତ୍ତମାନର ଶାସନ ବ୍ୟବସ୍ଥା ଉପରେ ନଜର ରଖାଯାଇଛି ବୋଲି ମୁଖପାତ୍ର ନିକିତା ଇଶ୍ଚେଙ୍କୋ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.