fbpx
BSKY
BJD SHG SKY
BJD YOUTH SKY

ଭୁଲ କରି ଦେଲେ ପୁତିନ, ଏବେ ଖୁବଶୀଘ୍ର ଋଷକୁ ଆସୁଛନ୍ତି ନୂଆ ରାଷ୍ଟ୍ରପତି: ୱାଗନର

ନୂଆଦିଲ୍ଲୀ: ୱାଗନର ପ୍ରମୁଖ ୟେବଗେନୀ ପ୍ରିଗୋଝିନ୍ ଋଷରେ ସାମରିକ ନେତୃତ୍ୱକୁ ହଟାଇବା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି । ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନବର୍ତ୍ତମାନ ନିଜ ଦେଶବାସୀଙ୍କ ଦ୍ୱାରା ଘେରି ହୋଇଛନ୍ତି । ପୁତିନଙ୍କ ସବୁଠୁ ଖାସ ଲୋକମାନଙ୍କ ଭିତରୁ ୟେବଗେନୀ ହିଁ ତାଙ୍କ ବିରୋଧରେ ଠିଆ ହୋଇଛନ୍ତି । ୱାଗନରର ପ୍ରମୁଖ କହିଛନ୍ତି ଯେ, ଋଷ ରାଷ୍ଟ୍ରପତି କରିଥିବା ଭୁଲ ପାଇଁ ତାଙ୍କୁ ରାଷ୍ଟ୍ରପତି ପଦବୀ ହରାଇବାକୁ ପଡିବ । ଏହାପରେ ପୁତିନ ମଧ୍ୟ ଏହାର କଡା ଜବାବ ଦେଇଛନ୍ତି ।

ଭାଷଣ ସମୟରେ ଋଷର ରାଷ୍ଟ୍ରପତି ଏକ ଭୁଲ ନିଷ୍ପତ୍ତି ନେଇ ଯାଇଛନ୍ତି । ଯାହାପରେ ତାଙ୍କୁ ରାଷ୍ଟ୍ରପତି ପଦ ଛାଡିବାକୁ ପଡିବ ବୋଲି ଦାବି ହୋଇଛି । ଖୁବଶୀଘ୍ର ଋଷକୁ ଆଉ ଜଣେ ନୂଆ ରାଷ୍ଟ୍ରପତି ମିଳିବାକୁ ଯାଉଛନ୍ତି । ୟେବଗେନୀଙ୍କ ନେତୃତ୍ୱରେ ବ୍ୟବସାୟୀମାନେ ଋଷର ଦୁଇଟି ସହରକୁ ନିୟନ୍ତ୍ରଣ କରିବା ପାଇଁ ଦାବି କରିଛନ୍ତି । ଏହାବ୍ୟତୀତ ଦେଶର ସାମରିକ ନେତୃତ୍ୱକୁ ବହିଷ୍କାର କରିବା ପାଇଁ ୩ଟି ସାମରିକ ହେଲିକପ୍ଟର ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା କୁହାଯାଉଛି । ଏହାପରେ ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି ଯେ, ଆଗକୁ ବଢିବା ପରେ ନେସନାଲ ଗାର୍ଡର ଖୁବ କମ୍ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିଛି । ଏହାପରଠାରୁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଖୁବ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି । ରାଗରେ ରାଷ୍ଟ୍ରପତି ପୁତିନ ୱାଗନର ଗ୍ରୁପକୁ ଧ୍ୱଂସ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି ।

ୟୁକ୍ରେନରେ ୱାଗନର ଗ୍ରୁପର ବେସ କ୍ୟାମ୍ପ ଉପରେ ରକେଟ ଆକ୍ରମଣ କରିଥିବା ନେଇ ଆଦେଶ ଦେଇଥିବା ଅଭିଯୋଗ ଆଣିଥିଲେ ୟେବଗେନୀ । ଋଷ ତରଫରୁ ୟୁକ୍ରେନ ସେନା ସହ ଲଢୁଥିବା ସ୍ଥାନରେ ଏହି ଆକ୍ରମଣ ପାଇଁ ଆଦେଶ ଦେଇଥିବା ନେଇ ଋଷର ରକ୍ଷାମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ଉପରେ ଆସିଥିଲା ଅଭିଯୋଗ । ସେ କହିଛନ୍ତି ଯେ, ବର୍ତ୍ତମାନ ଋଷର ରକ୍ଷାମନ୍ତ୍ରୀଙ୍କୁ ଏହାର ପରିରାମ ଭେଗିବାକୁ ପଡିବ । ସେଥିପାଇଁ ସେନା ଏବେ ପ୍ରସ୍ତୁତ ହେଉଥିବା ବେଳେ ଋଷ ସେନାକୁ ଏହାର ବିରୋଧ ନ କରିବା ପାଇଁ ଚେତାବନୀ ଦେଇଛି । ତେବେ ଏହା ସଶସ୍ତ୍ର ବିଦ୍ରୋହ ନୁହେଁ, ବରଂ ନ୍ୟାୟ ପାଇଁ ଏକ ଯୁଦ୍ଧ ବୋଲି କହିଛନ୍ତି ୟେବଗେନୀ । ତେବେ ଋଷର ରକ୍ଷା ମନ୍ତ୍ରାଳୟ ୟେବଗେନୀ ପ୍ରିଗୋଝିନଙ୍କ ଏହି ଦାବିକୁ ଖାରଜ କରିଛନ୍ତି ।

Get real time updates directly on you device, subscribe now.