fbpx

ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି, ରବିବାରରେ ହେବ ୩ ରଥର ଦକ୍ଷିଣମୋଡ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଶେଷ ହୋଇଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣା ଯିବ ରଥ । ରବିବାରରେ ୩ରଥର ହେବ ଦକ୍ଷିଣ ମୋଡ । ବର୍ତ୍ତମାନ ଚାଲିଛି ୩ରଥର ଯାଞ୍ଚ । ଏହା ପରେ ଆରମ୍ଭ ହେବ ବାହୁଡା ପ୍ରସ୍ତୁତି ।

ସୂଚନା ଅନୁସାରେ, ଶ୍ରୀଜିଉଙ୍କ ନବଦିନାତ୍ମକ ଘୋଷଯାତ୍ରାର ଶନିବାର ପଞ୍ଚମ ଦିନ । ପଞ୍ଚମ ଦିନରେ ହେରାପଞ୍ଚମୀ ତିଥୀ ପାଳନ କରାଯାଏ । ଏଥିରେ ମାଆ ଲକ୍ଷ୍ମୀ ସାଆନ୍ତାଣି ଆସି ନନ୍ଦିଘୋଷ ରଥ ଭାଙ୍ଗନ୍ତି । ମହାଲକ୍ଷ୍ମୀ ଶ୍ରୀ ମନ୍ଦିରରୁ ବାହାରି ଶରଧାବାଲି ଆସି ନନ୍ଦିଘୋଷ ରଥର କାଠ ଭାଙ୍ଗିବେ । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରକୁ ନିଆଯିବ ।

ହେରାପଞ୍ଚମୀ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଏହା ପୂବ୍ରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡେପରେ ବିରାଜିତ ଶ୍ରୀଜିଉଙ୍କୁ ବନକଲାଗି ବା ଶୃଙ୍ଗାର କରାଯାଇଛି ।

Get real time updates directly on you device, subscribe now.