fbpx
BJD SKY
BJD SKY

(Video) ମହାନ ଅଭିନେତା ରାଇମୋହନଙ୍କ ଶ୍ରାଦ୍ଧବାର୍ଷିକୀ: ଆଜି ବି ଭୁଲି ପାରୁ ନାହାନ୍ତି କୋଟି କୋଟି ଦର୍ଶକ

BJD

ଭୁବନେଶ୍ୱର: ଚାହୁଁ ଚାହୁଁ ବର୍ଷେ ପୁରିଗଲାଣି । କିନ୍ତୁ ଆଜି ବି ତାଙ୍କୁ ଝୁରୁଛନ୍ତି ଓଡିଶାବାସୀ ଆଉ ଝୁରି ହେଉଛି ଓଡିଆ ସିନେ ଜଗତ । ଓଲିଉଡ ଦୁନିଆର ବେତାଜ ବାଦଶାହ ତଥା ମହାନ ଖଳନାୟକ ରାଇମୋହନ ପରିଡାଙ୍କ ମୃତ୍ୟୁକୁ ବର୍ଷେ ପୂରି ଯାଇଛି । ଆଜିକୁ ଠିକ ଏକବର୍ଷ ତଳେ ରାଇମୋହନ ତାଙ୍କର କୋଟି କୋଟି ଦର୍ଶକଙ୍କୁ ଛାଡି ଆରପାରିକୁ ଚାଲି ଯାଇଥିଲେ । ଆଜିର ଦିନରେ ବେଶ୍ ହସଖୁସିରେ କଟୁଥିବା ପରିବାର ଉପରେ ହଠାତ ଘନ ଅନ୍ଧାର ଘୋଟି ଆସିଥିଲା ଏବଂ ଜୀବନ ହାରିଥିଲେ ଅଭିନେତା ରାଇମୋହନ ପରିଡା ।

ଶହେ ତୋପକୁ ଶହେ କମାଣ ଅଛି କିନ୍ତୁଏକା ଲଢିବାକୁ ନାହାନ୍ତି ଲୋକଙ୍କ ପ୍ରିୟ ଅଭିନେତା ରାଇମୋହନ ପରିଡା । ସେଦିନ ଥିଲା ଜୁନ ୨୪ ୨୦୨୨ । ସବୁଦିନ ଭଳି ହସଖୁସିରେ ଜୀବନ ଅତିବାହିତ କରୁଥିଲେ ରାଇମୋହନ । କିନ୍ତୁ କଣ ହେଲା କେଜାଣି ସେଦିନ ପାଖାପାଖି ମଧ୍ୟାହ୍ନ ୧୨ଟା ବେଳେ ଖବର ଆସିଲା ଓଡିଶାର ମହାନ ଖଳନାୟକ ତଥା ଅଭିନେତା ରାଇମୋହନ ପରିଡା ଆଉ ଦୁନିଆରେ ନାହାନ୍ତି । ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ଦେଖୁ ଦେଖୁ ବର୍ଷେ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ମନରୁ ଲିଭିନି ତାଙ୍କ ଅଭିନୟର ଯାଦୁ । ଯାହାଙ୍କର ଦମଦାର ସଂଳାପ ଶୁଣିଲେ ସାତରୁ ସତୁରୀ ସଭିଏଁ ଥରି ଉଠୁଥିଲେ । ସେଭଳି ଦମଦାର ଚରିତ୍ର ତୁଲାଇଥିବା ୫୯ ବର୍ଷିୟ ରାଇମୋହନ ନିଜ ଘରେ ହିଁ ଜୀବନ ହାରି ଦେଇଥିଲେ । ଘରେ କେହି ନଥିବା ବେଳେ ତାର ସୁଯୋଗ ନେଇ ଜୀବନ ହାରିଥିଲେ ।

କିନ୍ତୁ ଯିବା ଆଗରୁ ନିଜ ୨ ଝିଅଙ୍କ ମୋବାଇଲକୁ ବାଏ ମେସେଜ କରିଥିଲେ । ମେସେଜ ଦେଖି କିଏ କିଛି ବୁଝିବା ଆଗରୁ ସେ ଦୁନିଆକୁ ଅଲବିଦା କହି ଦେଇଥିଲେ । ଘର ଲୋକ ଯେତେ ଫୋନ କରିଥିଲେ ମଧ୍ୟ ଆଉ ଫୋନର ଅନ୍ୟପଟୁ ଆଉ ତାଙ୍କ ସ୍ୱର ଶୁଣିବାକୁ ମିଳି ନଥିଲା । ପରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁକୁ ବର୍ଷେ ପୂରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନାହିିଁ । ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରଶଂସକ ମାନେ ଦାବି କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ରାଇମୋହନଙ୍କ ମାନସିକ ଅବସାଦ ଓ ପାରିବାରିକ କଳହର ରହସ୍ୟ ଜାଣିବାରେ ପୋଲିସ ବିଫଳ ହୋଇଛି । ଯାହାଫଳରେ ଏପର୍ଯ୍ୟନ୍ତ ରାଇମୋହନଙ୍କ ମୃତ୍ୟୁ ମାମଲାରେ ପୂର୍ଣ୍ଣଛେଦ ପଡି ପାରି ନାହିଁ ।

Get real time updates directly on you device, subscribe now.