fbpx

(Video) ଭୋରେନେଜର ତେଲ ଡିପୋ ଉପରେ ବୋମା ବିସ୍ଫୋରଣ: ଋଷର ହେଲିକପ୍ଟରକୁ ନେଇ ଅଭିଯୋଗ

ନୂଆଦିଲ୍ଲୀ: ଋଷ ଭୋରୋନେଜର ଏକ ତୈଳ ଡିପୋ ଉପରେ ହୋଇଛି ଭୟଙ୍କର ବୋମା ବିସ୍ପୋରଣ । ତେବେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବିସ୍ପୋରଣ କିଛି ସମୟ ପୂର୍ବରୁ ଋଷର ଏକ ହେଲିକପ୍ଟର ତୈଳ ଡିପୋ ଉପର ଦେଇ ଗତି କରିଛି । ତେଣୁ ଏହାକୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ଋଷର ଏହି ହେଲିକପ୍ଟର ତେଲ ଡିପୋ ଉପରେ ବୋମା ପକାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଋଷ ଭୋରୋନେଜ ଅଞ୍ଚଳର ଏକ ତୈଳ ଡିପୋ ଉପରେ ଅକ୍ରମଣ ହେବା ପରେ ଏହା ବିସ୍ପୋରଣ ହୋଇଥିବା ଦେଖିବାକୁ ମିଳିଛି । ବିସ୍ଫୋରଣ ପରେ ତୈଳ ଡିପୋରେ ଏକ ଭୀଷଣ ଅଗ୍ନିକାଣ୍ଡ ଘଟି ଯାଇଛି । ତେବେ ଏହି ବିସ୍ପୋରଣ ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ବିସ୍ଫୋରଣର କିଛି ସମୟ ପୂର୍ବରୁ ଆକାଶରେ ଋଷର ଏକ ହେଲିକପ୍ଟର ଉଡୁଥିବା ଦେକିବାକୁ ମିଳିଛି । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହି ବିସ୍ଫୋରଣକୁ ୱାଗନର ଗ୍ରୁପର ଏକ ଯୋଜନା ବୋଲି ଅଭିଯୋଗ କରାଯାଇଛି । ଏହାସହିତ ଭିଡିଓରେ ଦେଖିବାକୁ ମିଳିଥିବା ଏହି ହେଲିକପ୍ଟର ବୋମା ପକାଇ ଡିପୋକୁ ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଛି ।

କିନ୍ତୁ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ୱାଗନର ସେନା ନିଜ କନଭୋକୁ ଇନ୍ଧନ ଯୋଗାଇବା ପାଇଁ ଏହି ତୈଳ ଡିପୋକୁ ଜବତ କରିବାକୁ ଚେଷ୍ଟା କରୁଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୱାଗନର ଗ୍ରୁପ ବିଦ୍ରୋହକୁ ଘୋର ନିନ୍ଦା କରିବା ସହ ଦେଶକୁ ବିଭାଜନ କରିବା ପାଇଁ ଯୋଜନା କରୁଥିବା ଲୋକମାନଙ୍କୁ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.