fbpx

ସାଧା ପୋଷାକରେ ପୁତିନ ସେନା: ଯୁଦ୍ଧ ବେଳରେ ବେଶ ବଦଳାଇ କିଭରେ ପଶୁଛନ୍ତି ଋଷର ଯବାନ

Advertisement

ନୂଆଦିଲ୍ଳୀ: ଦୁଇ ସପ୍ତାହରୁ ଘମାଘୋଟ ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ । କିଛି ସମୟ ମଧ୍ୟରେ ଦେଶର ରାଜଧାନୀ କିଭ ଉପରେ ଏକ ଭୟଙ୍କର ଆକ୍ରମଣର ପୂର୍ବାନୁମାନ କରିଛନ୍ତି ପଶ୍ଚିମୀ ଅଧିକାରୀ । କାରଣ ଏହି ସହରକୁ ଟାର୍ଗେଟ କରିଛି ଋଷ ସେନା । ଏହାପରେ ମଧ୍ୟ ସହର ଜେଲେନସ୍କି ସରକାର ଅଦୀନରେ ରହିଛି । ତେବେ ଏଭଳି ସମୟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରୁ ପୁତିନ ସେନା କିଛି ବଡ ଯୋଜନା କରୁଥିବା ଅନୁମାନ କରାଯାଉଛି ।

ଋଷର କିଛି ସୈନିକ ସାଧାରଣ କପଡାରେ କିଭ ଆଡକୁ ଅଗ୍ରସର ହେଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ଗୋଟିଏ ସ୍ଥାନରେ ହତିଆର ମଧ୍ୟ ରଖିଥିବାର ଦେଖାଯାଇଛି । ଋଷର ଅନେକ ହତିଆର କ୍ଷେତରେ ଲୁଚା ହୋଇ ରହିଥିବା ଦାବି ହୋଇଛି । ଏହାସହିତ ଋଷର ଟ୍ୟାଙ୍କଗୁଡିକ ଏବେ ଇରପିନ ସହର ଆଡକୁ ଯାଉଥିବାର ଭିଡିଓରେ ଦେଖାଯାଇଛି । କିଭକୁ ରକ୍ଷା କରିବାର ଯୋଜନାରୁ ପଛକୁ ହଟିବନି ବୋଲି ଚେତାବନୀ ଦେଇଛି ୟୁକ୍ରେନ । ପ୍ରତ୍ୟେକ ଦିଗରୁ ଆକ୍ରମଣ ଜାରି ରଖିବା ପାଇଁ ୟ୍ରୁକ୍ରେନ ସେନା ପ୍ରସ୍ତୁତ ରହିଛି । ସେପଟେ ବ୍ରିଟେନର ରକ୍ଷା ମନ୍ତ୍ରଣାଳୟ ଉତ୍ତର-ପଶ୍ଚିମରେ ଲଢେଇ ଜାରି ରହିଛି । ସାଧାରଣ ପୋଷାକରେ ଋଷର ସୈନିକମାନେ ସହର ଭିତରକୁ ପବେଶ କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.