fbpx

ଓଡ଼ିଶାର ହୋଟେଲରେ ଦୁଇ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ବର୍ଷିଲେ ପୁଟିନ ,

ନୂଆଦିଲ୍ଳୀ: ରାୟଗଡ଼ାର ଏକ ହୋଟେଲରେ ରହୁଥିବା ରୁଷୀୟ ପର୍ଯ୍ୟଟକ ପାୱେଲ୍ ଆନ୍ଥେମଙ୍କର ଶନିବାର ସଂଧ୍ୟାରେ ମୃତ୍ୟୁ ଘଟିଥିଲା। ଏବେ ସେ ସଂପର୍କିତ ଆଉ ଏକ ମୋଡ଼ ସାମ୍ନାକୁ ଆସିଛି । ତେବେ ମୃତ୍ୟୁ ବରଣ କରିଥିବା ପାୱେଲ୍ ଆନ୍ଥେମ୍ ହେଉଛନ୍ତି ରୁଷିଆର ଜଣେ ଧନୀ ସାଂସଦ ତଥା ରାଷ୍ଟ୍ରପତି ଭ୍ଲଦମିର୍‌ ପୁଟିନ୍‌ଙ୍କର ଜଣେ ତୀବ୍ର ସମାଲୋଚକ।

ସେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ହେଉଥିବା ଯୁଦ୍ଧ କାଳରେ ପୁଟିନ୍‌ଙ୍କୁ ସମାଲୋଚନା କରି ଏକ ବ୍ଲଗ୍‌ ପୋ‌ଷ୍ଟ୍‌ ଲେଖି ଚର୍ଚ୍ଚାକୁ ଆସିଥିଲେ । କେବଳ ଏତିକି ନୁହେଁ କିଭ୍‌ ଉପରେ ହୋଇଥିବା ଆକ୍ରମଣକୁ ଏହା ରୁଷ୍‌ର ଆତଙ୍କ ବୋଲି କହି ସମାଲୋଚନା କରିଥିଲେ।

ପରବର୍ତ୍ତୀ ସମୟରେ ସେ ଚାପରେ ଆସି ତାଙ୍କର ମତ ପ୍ରତ୍ୟାହାର କରିଥିଲେ। ଏପରିକି ଅନେକ ଗଣମାଧ୍ୟମ ସଂସ୍ଥାରେ ତାଙ୍କ କ୍ଷମା ପ୍ରାର୍ଥନା ବି ପ୍ରକାଶ ପାଇଥିଲା। ସେ ଦାବି କରିଥିଲେ ଯେ ତାଙ୍କ ପୋଷ୍ଟ୍‌ ଏକ ଭୁଲ୍‌ ବୁଝାମଣାର ଶୀକାର ହେବା ସହ ସେଥିରେ କିଛି ବୈଷୟିକ ତ୍ରୁଟି ରହିଛି। ସେ ଆହୁରି ବି କହିଥିଲେ ଯେ ସେ ପୁଟିନଙ୍କୁ ସର୍ବଦା ସମର୍ଥନ କରିଥାନ୍ତି।

ଓଡିଶାର ରାୟଗଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଭାରତ ପରିଦର୍ଶନ କରିବାକୁ ଏଠାକୁ ଆସିଥିବା ଦୁଇ ଋଷିୟ ପର୍ଯ୍ୟଟକ ଏକ ସପ୍ତାହ ମଧ୍ୟରେ ମୃତ୍ୟୁ ବରଣ କରିଛନ୍ତି। ସ୍ଥାନୀୟ ପୋଲିସର ସୂଚନାନୁସାରେ, ହୋଟେଲର ତୃତୀୟ ମହଲାରୁ ଖସି ପଡ଼ିବା ପରେ ଆଣ୍ଟୋନୋଭଙ୍କର ମୃତ୍ୟୁ ଘଟିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଶନିବାର ଦିନ ୬୫ ବର୍ଷୀୟ ପାଭେଲ ଆଣ୍ଟୋନୋଭ ହୋଟେଲ ବାହାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏବଂ ତାଙ୍କର ସହ-ଯାତ୍ରୀ ଭ୍ଲାଦିମିର ବିଡେନୋଭ ୨୨ ଡିସେମ୍ବରରେ ଉକ୍ତ ହୋଟେଲରେ ମୃତଦେହ ପାଇଥିଲେ। ହୋଟେଲର ପ୍ରଥମ ମହଲାରେ ଥିବା ତାଙ୍କ କୋଠରୀରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଏବଂ ତାଙ୍କ ସହିତ କିଛି ଖାଲି ମଦ ବୋତଲ ଥିଲା ।ଜିଲ୍ଲା ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ତେବେ ଦୁଇ ଋଷିୟ ପର୍ଯ୍ୟଟକଙ୍କ ଏକ ସପ୍ତାହ ମଧ୍ୟରେ ମୃତ୍ୟୁକୁ ନେଇ ପୁଟିନ ମଧ୍ୟ ବହୁ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହିତ ତାଙ୍କର ହତ୍ୟା କରାଯାଇଛି କିମ୍ବା ଏହା ପଛରେ କଣ ରହସ୍ୟ ରହିଛି ତାହାକୁ ନେଇ ଏବେ ବିବାଦ ବଢିବାର ଲାଗିଛି । ପୋଲିସ ଏବେ ଠାରୁ ତଦନ୍ତ ଆରମ୍ଭ କରିଦେଇଛି।

ଓଡିଶାରେ ଘଟିଥିବା ଦୁଃଖଦ ଘଟଣା ବିଷୟରେ ଆମେ ଅବଗତ, ଯେଉଁଠାରେ ଆମର ଦୁଇ ନାଗରିକଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଭ୍ଲାଦିମିର ଓବ୍ଲାଷ୍ଟର ବିଧାନସଭା ସଦସ୍ୟ ପାଭେଲ ଆଣ୍ଟୋଭ ଅଛନ୍ତି। ଆମେ ମୃତକଙ୍କ ସମ୍ପର୍କୀୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛୁ । ଭାରତରେ ଥିବା ରୁଷ ଦୂତାବାସ ଏନଡିଟିଭିକୁ ଏହା ସୂଚନା ଦେଇଥିଲେ ।

Get real time updates directly on you device, subscribe now.