fbpx
BJD SKY
BJD SKY

ଏଣିକି ହ୍ୱାଟ୍ସଆପ ମାଧ୍ୟମରେ ବୁକ୍ କରିପାରିବେ Uber: ଜାଣନ୍ତୁ କିପରି ?

BJD

ନୂଆଦିଲ୍ଲୀ: ରାଇଡ ଯୋଗାଉଥିବା ଆପ୍ Uber ଚଳିତବର୍ଷ ଆରମ୍ଭରେ ହ୍ୱାଟ୍ସଆପ ସହିତ ସହଭାଗୀ ହୋଇଥିଲା, ଯାହାଦ୍ୱାରା ଗ୍ରାହକମାନଙ୍କୁ ହ୍ୱାଟ୍ସଆପ୍ ଜରିଆରେ ରାଇଡ୍ ମିଳିପାରିବ । ଏବେ ଏହି ସେବା ଦିଲ୍ଲୀ-ଏନସିଆର, ଲକ୍ଷ୍ନୌ ଅଞ୍ଚଳରେ ଲାଇଭ୍ ଅଛି । ଏଥିପାଇଁ ହ୍ୱାଟ୍ସଆପ୍ ବ୍ୟବହାରକାରୀ କେବଳ ମୋବାଇଲ୍ ନମ୍ବରରେ ମେସେଜ ପଠାଇ Uber ରାଇଡ ବୁକ୍ କରିପାରିବେ ।
ତେବେ ହ୍ୱାଟ୍ସଆପ୍ ଜରିଆରେ ଆପଣ କିପରି Uber ରାଇଡ୍ ବୁକ୍ କରିପାରିବେ, ଆସନ୍ତୁ ଜାଣିବ…

– ହ୍ୱାଟ୍ସଆପ୍ ମାଧ୍ୟମରେ ଏକ ଉବର ରାଇଡ୍ ବୁକ୍ କରିବା ପାଇଁ ପ୍ରଥମେ ଆପଣଙ୍କୁ ଏକ ଅଫିସିଆଲ୍ ନମ୍ବର +୯୧ ୭୨୯୨୦୦୦୦୦୨କୁ ନିଜ କଣ୍ଟ୍ରାକ୍ଟ ଲିଷ୍ଟରେ ଯୋଡିବାକୁ ପଡିବ ।

– ଏହି ନମ୍ବର ସେଭ୍ ହୋଇଗଲା ପରେ ହ୍ୱାଟ୍ସଆପକୁ ଯାଇ ଉବର ଚ୍ୟାଟବଟ୍ ଖୋଲିବେ । ଏହା ବ୍ୟତୀତ ଆପଣ http://wa.me/୯୧୭୨୯୨୦୦୦୦୦୨ ମାଧ୍ୟମରେ ଏକ ଚ୍ୟାଟ୍ ମଧ୍ୟ ଆରମ୍ଭ କରିପାରିବେ ।

– ସର୍ବପ୍ରଥମେ ଆପଣ ‘Hi’ ଲେଖି ପଠାନ୍ତି ।

– ଏହା ପରେ ଆପଣ ଯେଉଁଠାରେ ଅଛନ୍ତି ବା ଯେଉଁଠାରୁ ଯିବେ, ତାହାର ଠିକଣା ପଠାନ୍ତୁ । ଆପଣ ପିକଅପ୍ ର ଲାଇଭ୍ ଲୋକେସନ୍ ମଧ୍ୟ ପଠାଇ ପାରିବେ ।

– ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ଓ ରାଇଡ ବିଷୟରେ ସବୁ ବିବରଣୀ ମିଳିଯିବ ।

– ବର୍ତ୍ତମାନ ଆପଣଙ୍କୁ ଭଡା ଏବଂ ଯାତ୍ରା ପାଇଁ Confirmation କରିବାକୁ ପଡିବ ।

– ଏହା ପରେ Uber ଆପଣଙ୍କ ହ୍ୱାଟ୍ସଆପରେ ନିକଟସ୍ଥ ଡ୍ରାଇଭରଙ୍କୁ ନୋଟିଫିକେସନ୍ ପଠାଇବ ।

Get real time updates directly on you device, subscribe now.