fbpx

ଦେଶ ବାହାରେ ଆକ୍ରମଣ କରିପାରିବେ ପୁତିନ: ଅନୁମତି ଦେଲା ଋଷର ସଂସଦ

ନୂଆଦିଲ୍ଲୀ: ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ଋଷ ଆକ୍ରମଣ ନ କରିବା ନେଇ ପ୍ରତିଶ୍ରୁତି ଦେଉଥିବା ବେଳେ ଋଷୀୟ ସଂସଦ ପକ୍ଷରୁ ପୁତିନଙ୍କୁ ଦେଶ ବାହାରେ ଆକ୍ରମଣ କରିବାର ଅନୁମତି ମିଳିଛି । ଋଷ ସଂସଦ ପକ୍ଷରୁ ବିଦେଶ ମାଟିରେ ଆକ୍ରମଣ କରିବା ପାଇଁ ପୁତିନଙ୍କୁ ଅନୁମତି ମିଳିଥିବା ବେଳେ ବର୍ତ୍ତମାନ କେଉଁ ମୂହୂର୍ତ୍ତରେ ବି ଋଷ ଆକ୍ରମଣ କରିପାରେ । ଏହା ମଧ୍ୟରେ ଆମେରିକା ନିଜର ସମସ୍ତ ବୈଦେଶିକ ଚୁକ୍ତିକୁ ଋଷ ସହିତ ଋଦ୍ଦ କରିଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏକାଧିକ ଆକାଉଣ୍ଟକୁ ଫ୍ରିଜ୍ କରି ଦେଇଛନ୍ତି ।

ନିକଟରେ ମିଳିଥିବା କିଛି ସୂଚନା ଅନୁଯାୟୀ ଋଷ ୩ ପଟୁ ୟୁକ୍ରେନକୁ ଘେରିବାକୁ ପ୍ରୟାସ କରୁଛି । ସାଟେଲାଇଟ ଚିତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଋଷ ୩ ପଟୁ ୟୁକ୍ରେନକୁ ଘେରିବାକୁ ପ୍ରୟାସ କରୁଛି । ବ୍ରିଟେନ ରକ୍ଷା ସଚିବ ବେନ ୱାଲେସ ଋଷ ସେନାକୁ ଚେତାବନୀ ଦେଇଛନ୍ତି ଯେ ଯଦି ଋଷ ସୈନିକ ପ୍ରତିକ୍ରିୟାଶୀଳ ହୁଅନ୍ତି ତେବେ ଏହାର ଗମ୍ଭୀର ପରିଣାମ ହେବ । ସେ କହିଛନ୍ତି ଋଷ ୟୁକ୍ରେନରେ ସେନାକୁ ସ୍ଥାନାନ୍ତରିତ କରିବା ଆରମ୍ଭ କରିଦେଇଛି । ୱାଲେସ ଇଂଲଣ୍ଡର ଲୀସେଷ୍ଟରଶାୟର ରେ ମଙ୍ଗଳବାର ବାଲ୍ଟିକ ଏବଂ ଉତ୍ତର ଆଣ୍ଟଲାଣ୍ଟିକ ରାଜ୍ୟର ରକ୍ଷା ମନ୍ତ୍ରୀଙ୍କ ସହହୋଇଥିବା ବୈଠକରେ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯଦି ଯୁଦ୍ଧ ପରିସ୍ଥିତି ହୁଏ, ତେବେ ଋଷ ସେନାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ।

Get real time updates directly on you device, subscribe now.