ସ୍ୱିପ ସଟ୍ ଖେଳି କାହିିଁକି ପଡ଼ିଯାଉଛନ୍ତି ରିଷଭ ପନ୍ତ? ସଚିନ ତେନ୍ଦୁଲକର କରିଲେ ଖୁଲାସା
ରିଷଭ ପନ୍ତଙ୍କୁ ନେଇ ଖୁଲାସା କଲେ ସଚିନ୍ ତେନ୍ଦୁଲକର, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ରିଷଭ ପନ୍ତଙ୍କ ପାଇଁ ବହୁତ ଭଲ ଥିଲା। କିନ୍ତୁ ଏହି ୱିକେଟକିପର ବ୍ୟାଟର ଚତୁର୍ଥ ଟେଷ୍ଟରେ ଆହତ ହୋଇଥିଲେ ଏବଂ ପଞ୍ଚମ ଟେଷ୍ଟରୁ ବାହାରି ଯାଇଥିଲେ।
ଚତୁର୍ଥ ଟେଷ୍ଟରେ ତାଙ୍କ ଗୋଡରେ ଫ୍ରାକ୍ଚର ସତ୍ତ୍ୱେ, ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରାୟତଃ ଦେଖାଯାଏ ଯେ, ରିଷଭ ପନ୍ତ ସ୍ୱିପ୍ ସଟ୍ ଖେଳିବା ସମୟରେ ତଳେ ପଡ଼ିଯାଆନ୍ତି। ଏନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କହିଛନ୍ତି ଖୁଲାସା କରିଛନ୍ତି।
ସ୍ୱିପ୍ ସଟ୍ ଖେଳିବା ସମୟରେ ପନ୍ତ କାହିଁକି ପଡ଼ିଯାଆନ୍ତି? ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ରେଡିଟ୍ରେ ରିଷଭ ପନ୍ତଙ୍କ ସ୍ୱିପ୍ ସଟ୍ ବିଷୟରେ କହିବା ସମୟରେ କହିଥିଲେ ଯେ, “ପନ୍ତ ଯେଉଁ ସ୍ୱିପ୍ ସଟ୍ ଖେଳନ୍ତି, ସେଥିରେ ସେ ବଲ୍ ତଳେ ଆସି ଟିକେ ଉପରକୁ ଆସି ତାକୁ ସ୍କୁପ୍ କରିବାକୁ ପସନ୍ଦ କରନ୍ତି।
ଲୋକମାନେ ଭାବନ୍ତି ଯେ, ସେ ପଡ଼ିଯାଇଛନ୍ତି କିନ୍ତୁ ସେ ଜାଣିଶୁଣି ଏପରି କରନ୍ତି ଯାହା ଦ୍ୱାରା ସେ ସହଜରେ ବଲ୍ ତଳେ ଆସିପାରିବେ। ଏହି ସଟ୍ ଖେଳିବାର ରହସ୍ୟ ହେଉଛି ବଲ୍ ତଳେ ଠିକ୍ ଭାବରେ ଆସିବା। ଏହି ସଟ୍ ଖେଳିବା ସମୟରେ ସେ ନିଜର ସନ୍ତୁଳନ ହରାନ୍ତି ନାହିଁ।”