fbpx

ଶିକ୍ଷକ ପଦ ପାଇଁ ଆବେଦନ କଲେ ତେନ୍ଦୁଲକରଙ୍କ ପୁଅ ଧୋନି!

Advertisement

ରାୟପୁର: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ମହେନ୍ଦ୍ର ସିଂ ଧୋନି ଏକ ଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତିି । ଅବିଶ୍ୱାସ ଲାଗୁଥିଲେ ବି ଘଟଣାଟି ଏମିତି । ଛତିଶଗଡରେ ଶିକ୍ଷକ ପଦବୀ ପାଇଁ ହୋଇଥିବା ଆବେଦନରେ ଏଭଳି ଏକ ଆବେଦନ ଦେଖିବାକୁ ମିଳିଛି । ଏପରିକି ଚୂଡାନ୍ତ ସାକ୍ଷାତକାର ପାଇଁ ମଧ୍ୟ ଏହି ବ୍ୟକ୍ତି ମନୋନୀତ ହୋଇଥିଲେ । ତେବେ ସେ ସମୟରେ ହିଁ ଆପ୍ଲିକେସନଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେନ୍ଦୁଲକର ଏବଂ ଧୋନୀଙ୍କ ନାମ ଦେଖି ସନ୍ଦେହ ହେବାରୁ ତଳେ ଦିଆଯାଇଥିବା ନମ୍ବରରେ ଫୋନ୍ କରାଯିବା ପରେ ପୁରା ଘଟଣା ଜଣା ପଡିଥିଲା ।

ଆବେଦନରେ ଯୁବକ ଜଣଙ୍କ ନିଜ ନାମ ଯାଗାରେ ଭାରତୀୟ ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମ ଲେଖିଥିଲେ । ସେହିପରି ପିତାଙ୍କ ନାମ ବଦଳରେ ସଚିନ ତେନ୍ଦୁଲକରଙ୍କ ନାମ ଉଲ୍ଲେଖ ରହିଥିଲା । ଆବେଦନ ଅନୁଯାୟୀ ଧୋନି ସିଏସଭିଟିୟୁ ବିଶ୍ୱ ବିଦ୍ୟାଳୟରୁ ଇଞ୍ଜିନିୟରିଙ୍ଗ ଡିଗ୍ରୀ ହାସଲ କରିଛନ୍ତି । ଆବେଦନଟି ନକଲି ରହିଥିବା ବେଳେ ମାମଲା ଦାୟର କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ତେବେ ଚୂଡାନ୍ତ ସାକ୍ଷାତକାର ପାଇଁ ଏହି ଆବେଦନ କିଭଳି ପହଞ୍ଚିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶିକ୍ଷକ ନିଯୁକ୍ତି ପରୀକ୍ଷାକୁ ମଧ୍ୟ ବନ୍ଦ ରଖା ଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.