ସଚିନ ଯାଦବ ହାତେଇଲେ ସିଲଭର, କିନ୍ତୁ ପାକିସ୍ତାନ ବାଜିମାରିନେଲା ଗୋଲ୍ଡ
ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ଭାରତୀୟ ଆଥଲେଟ୍ସ ଦମଦାର ପ୍ରଦର୍ଶନ କରି ଦେଶର ନାମ ଉଜ୍ୱଳ କରିଛନ୍ତି।
ନୂଆଦିଲ୍ଲୀ: ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ସଚିନ ଯାଦବ ଶାନଦାର ପ୍ରଦର୍ଶନ କରିଛନ୍ତି। ୩୧ ମେ’ରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ସେ କମାଲ କରିଛନ୍ତି।
ସେ ସିଲଭର ମେଡାଲକୁ କବଜା କରିଛନ୍ତି। ୨୫ ବର୍ଷୀୟ ସଚିନ ଯାଦବ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୮୫.୧୬ ମିଟର ପର୍ଯ୍ୟନ୍ତ ଜାଭେଲିନ ପକାଇଛନ୍ତି।
ସେହିପରି ପାକିସ୍ତାନର ଅରଶଦ ନଦୀମ ୮୬.୪୦ ମିଟରର ସର୍ବଶ୍ରେଷ୍ଠ ପ୍ରୟାସ ସହ ଗୋଲ୍ଡ ମେଡାଲକୁ କବଜା କରିଛନ୍ତି। ସଚିନ ଏବଂ ଅଶରଦଙ୍କ ମଧ୍ୟରେ ୧.୨୪ ମିଟରର ପାର୍ଥକ୍ୟ ରହିଛି।
ସଚିନ ଯାଦବ ଗୋଲ୍ଡ ଜିତି ନପାରିଲେ ସୁଦ୍ଧା ସେ ନିଜର ବେଷ୍ଟ ଥ୍ରୋ ଫିଙ୍ଗିଛନ୍ତି। ସଚିନ ଯାଦବଙ୍କର ସବୁଠୁ ଅଧିକ ମିଟରର ଥ୍ରୋ ଥିଲା । ଏହି ଦୌଡ଼ରେ ଯଶବୀର ସିଂହ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସେ ୮୨.୫୭ ମିଟରର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୫ମ ସ୍ଥାନ ହାସଲ କରିଛନ୍ତି।