ବାହାଘରରେ ଦେଇଥିବା ୭ମ ବଚନ ରଖିଲେ, ସ୍ତ୍ରୀକୁ ବଞ୍ଚାଇ ନିଜ ଜୀବନକୁ ବଳିଦାନ ଦେଇଦେଲେ
ସ୍ତ୍ରୀକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବଳିଦାନ ଦେଲା ସ୍ୱାମୀ
ବିହାର: ବିବାହରେ ସାତ ଘେରା ନେବାପରେ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରକୁ ସାତଟି ବଚନ ଦେଇଥାନ୍ତି। ଏହି ବଚନ ମଧ୍ୟରେ ଗୋଟିଏ ଥାଏ ସ୍ତ୍ରୀକୁ ସୁରକ୍ଷା ଦେବା। ମଧ୍ୟପ୍ରଦେଶର ସତନାରେ ଜଣେ ସ୍ୱାମୀ ଏହି ପ୍ରତିଜ୍ଞା ପୂରଣ କରିବାକୁ ଯାଇ ନିଜ ଜୀବନ ହରାଇଛନ୍ତି।
ଏଠାରେ ଜଣେ ମହିଳା ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ଯାଉଥିଲେ। ସ୍ୱାମୀ ଏହାକୁ ଦେଖି ସେ ମଧ୍ୟ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ପୋଖରୀକୁ ଡେଇଁ ପଡ଼ିଲେ। ସ୍ୱାମୀ ସ୍ତ୍ରୀକୁ ତ ବଞ୍ଚାଇଦେଲେ କିନ୍ତୁ ସେ ନିଜେ ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କଲେ।
ଏହା ଦେଖି ସମଗ୍ର ଗାଁରେ ଶୋକର ଛାୟା ଖେଳିଗଲା। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଲା। ଏହା ପରେ, ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାକୁ ନେଇ ସ୍ତ୍ରୀ ଅଞ୍ଜୁ ତାଙ୍କ ସ୍ୱାମୀ ରାଜଙ୍କ ମୃତ୍ୟୁ ଯୋଗୁଁ ମର୍ମାହତ। ସେ ପୂର୍ବରୁ ତାଙ୍କର ଛୁଆକୁ ହରାଇ ସାରିଛନ୍ତି। ପୁଣି ଏବେ ସେ ତାଙ୍କ ଜୀବନସାଥିଙ୍କୁ ହରାଇଲେ। କେବଳ ସ୍ତ୍ରୀ ନୁହେଁ ରାଜଙ୍କ ମୃତ୍ୟୁରେ ଗାଁ ଲୋକ ମଧ୍ୟ ଅତ୍ୟନ୍ତ ଦୁଃଖିତ।