fbpx

ସର୍ଜରୀ ପରେ ସୁସ୍ଥ ହେଉଛନ୍ତି ସଦଗୁରୁ, ‘ଏକ୍ସ’ରେ ଭିଡ଼ିଓ ଜାରି କରି ଦେଲେ ହେଲ୍‌ଥ ଅପଡେଟ୍‌

ନୂଆଦିଲ୍ଲୀ: ଇଶା ଫାଉଣ୍ଡେସନର ସଂସ୍ଥାପକ ତଥା ଆଧ୍ୟାତ୍ମକ ଜଗତର –ଜଣାଶୁଣା ବ୍ୟକ୍ତିତ୍ୱ ସଦଗୁରୁ ଜଗ୍‌ଗୀ ବାସୁଦେବ(Sadhguru)ଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସଦଗୁରୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଛି । ମାର୍ଚ୍ଚ ୧୭ରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମସ୍ତିଷ୍କ ସର୍ଜରୀ ହୋଇଥିଲା । ୬୬ ବର୍ଷୀୟ ସଦଗୁରୁ ପରିବେଶ ସଂରକ୍ଷଣ ପାଇଁ ‘ମିଟ୍ଟି ବଚାଓ’ ଏବଂ ‘ରାଲି ଫର୍ ରିଭର୍ସ’ ଭଳି ଅଭିଯାନ ଆରମ୍ଭ କରିଥିଲେ ।

ନିକଟରେ ସଦଗୁରୁ ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରି ନିଜ ହେଲ୍‌ଥ ଅପଡେଟ୍ ଦେଇଛନ୍ତି । ୧୯ ସେକେଣ୍ଡର ଏହି ଭିଡ଼ିଓରେ ସଦଗୁରୁ ହସ୍ପିଟାଲ ବେଡ୍ ଉପରେ ଖବରକାଗଜ ପଢ଼ୁଥିବାର ନଜର ଆସିଛନ୍ତି । ଏହା ସହ ସେ ଧୀମା ସଙ୍ଗୀତ ଶୁଣୁଛନ୍ତି । ଏହା ପୂର୍ବରୁ ତାଙ୍କ ଝିଅ ରାଧେ ଜଗ୍‌ଗୀ ବୁଧବାର ‘ଏକ୍ସ’ରେ ସୂଚନା ଦେଇଥିଲେ ଯେ ସଦଗୁରୁ ସୁସ୍ଥ ହେଉଛନ୍ତି । ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ଏକ ବିବୃତ୍ତି ଜାରି କରି କହିଥିଲା, ‘ମସ୍ତିଷ୍କରେ ରକ୍ତସ୍ରାବ ଦୂର କରିବା ପାଇଁ ଏହି ସର୍ଜରୀ କରାଯାଇଥିଲା । ମାର୍ଚ୍ଚ ୧୭ରେ ତାଙ୍କର ସର୍ଜରୀ ହେବା ପରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ନିରନ୍ତର ସୁଧାର ଆସୁଛି ।’ ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଦଗୁରୁଙ୍କ ଶୀଘ୍ର ଆରୋଗ୍ୟ କାମନା କରି ‘ଏକ୍ସ’ରେ ପୋଷ୍ଟ ଶେୟାର କରିଥିଲେ ।

 

Get real time updates directly on you device, subscribe now.