fbpx

(Video) ମ୍ୟାଚ ଜିତି ପରିବାରକୁ Video Call କଲେ ବିରାଟ: ଅନୁଷ୍କା, ଭାମିକା-ଅକାୟଙ୍କ ସହ ମସ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପତ୍ନୀ ଅନୁଷ୍କାଙ୍କୁ ମିସ୍ କରୁଛନ୍ତି କିଙ୍ଗ କୋହଲି । ପଞ୍ଜାବ ବିପକ୍ଷ ମ୍ୟାଚ ଜିତିବା ପରେ ପରିବାର ଲୋକଙ୍କୁ ଭିଡିଓ କଲ୍ କରି ଖୁସି ବାଣ୍ଟିଛନ୍ତି ବିରାଟ । ପଞ୍ଜାବ-ବେଙ୍ଗଲୁରୁ ମ୍ୟାଚରେ ଦମଦାର ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି ପୂର୍ବ ଅଧିନାୟକ ବିରାଟ କୋହଲି । ୪୯ ବଲରୁ ୭୭ ରନର ପାଳିରେ କୋହଲି ୧୧ଟି ଚୌକା ସହ ୨ଟି ଛକା ହାସଲ କରିଥିଲେ । ତେବେ ଏହି ବିଜୟ ପରେ କୋହଲି ପତ୍ନୀ ଅନୁଷ୍କା, ପୁଅ ଅକାୟ ଏବଂ ଝିଅ ଭାମିକାଙ୍କ ସହ ଭିଡିଓ କଲରେ ମସ୍ତି କରୁଥିବାର ଦେଖାଯାଇଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ କୁବ ଭାଇରାଲ ହେବାରେ ଲାଗିଛି ।

ପଞ୍ଜାବକୁ ହରାଇ ଆଇପିଏଲ-୨୦୨୪ ସିଜନର ପ୍ରଥମ ବିଜୟ ହାସଲ କରିଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଏହି ମ୍ୟାଚରେ କିଙ୍ଗ କୋହଲିଙ୍କ ୭୭ ରନର ବିସ୍ଫୋରକ ଇନିଂସ ଯୋଗୁଁ ତାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ବିବେଚନା କରାଯାଇଛି । ତେବେ ମ୍ୟାଚ ବିଜୟ ପରେ ବିରାଟ ନିଜ ପରିବାର ସହ ଏହାକୁ ସେଲିବ୍ରେଟ କରିଛନ୍ତି । ପଡ଼ିଆରୁ ପତ୍ନୀ ଅନୁଷ୍କାଙ୍କୁ ଭିଡିଓ କଲ କରି ଝିଅ ଭାମିକା ଏବଂ ପୁଅ ଅକାୟଙ୍କ ସହ ମସ୍ତି କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଭିଡିଓ କଲରେ ବିରାଟ ପରିବାର ସହ କଥା ହେବା ସମୟରେ ଫ୍ଲାଙ୍ଗ କିସ୍ କରୁଥିବାର ନଜର ଆସିଛନ୍ତି । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଚଳିତ ସିଜନରେ ଷ୍ଟାଡିୟମରେ ପତ୍ନୀ ଅନୁଷ୍କାଙ୍କୁ ମିସ କରୁଛନ୍ତି କିଙ୍ଗ କୋହଲି । ତେଣୁ ମ୍ୟାଚ ସରିବା ମାତ୍ରେ ଅନୁଷ୍କାଙ୍କୁ ଭିଡିଓ କଲ କରିଛନ୍ତି ବିରାଟ ।

ତେବେ ବିରାଟଙ୍କ ଏହି ଭିଡିଓକୁ ନେଇ ଅନେକ ଫ୍ୟାନ୍ସ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । ବିରାଟଙ୍କ ଏହି କ୍ୟୁଟ ଭିଡିଓକୁ ସୋସିଆଲ ମିଡିଆରେ ଅନେକ ଲୋକ ପସନ୍ଦ କରୁଥିବା ମଧ୍ୟ ଦେଖାଯାଇଛି । ତେବେ ବିରାଟ ଜାନୁୟାରୀ ପରଠାରୁ କ୍ରିକେଟରୁ ଦୂରେଇ ରହିଥିଲେ । ତେବେ ବର୍ତ୍ତମାନ ଆଇପିଏଲରେ କମବ୍ୟାକ କରି ବିରାଟ କହିଛନ୍ତି, ଆମେ ଦେଶରେ ନଥିଲୁ । ଆମେ ଏପରି ଏକ ଜାଗାରେ ଥିଲୁ ଯେଉଁଠାରେ ଲୋକମାନେ ଆମକୁ ଚିହ୍ନି ନଥିଲେ । ଏକ ପରିବାର ଭାବରେ ଏକାଠି ସମୟ ବିତାଇବା, ଦୁଇମାସ ପାଇଁ ସ୍ୱାଭାବିକ ଅନୁଭବ କରିବା, ଏହା ମୋ ଏବଂ ମୋ ପରିବାର ପାଇଁ ଏକ ଅଦ୍ଭୁତ ଅନୁଭୂତି । ଯେତେବେଳେ ତୁମର ଦୁଇଟି ସନ୍ତାନ ଥାଆନ୍ତି, ପାରିବାରିକ ଦୃଷ୍ଟିକୋଣରୁ ଜିନିଷଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ ।

Get real time updates directly on you device, subscribe now.