fbpx

ବୁଧ ଗୋଚରରେ ଏହି ୩ ରାଶିର ସମାପ୍ତ ହେବ ଦୁଃଖ, କ୍ୟାରିୟରରେ ଉନ୍ନତି ସହ ବୃଦ୍ଧି ପାଇବ ଧନ

ଓଡ଼ିଶା ଭାସ୍କର: ନବଗ୍ରହରେ ବୃଦ୍ଧିର କାରକ ଗ୍ରହ ବୁଧକୁ ଏକ ବିଶେଷ ସ୍ଥାନ ମିଳିଛି। ଏହି କାରଣରୁ ଯେବେ ବୁଧ ଦେବ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରନ୍ତି, ତା’ର ସିଧାସଳଖ ପ୍ରଭାବ ମନୁଷ୍ୟ ଜୀବନରେ ପଡିଥାଏ। ବୈଦିକ ପଞ୍ଚାଙ୍ଗ ଅନୁସାରେ, ଆଜି ଅର୍ଥାତ ୬ ଅକ୍ଟୋବର ୨୦୨୪ର ସକାଳ ୧୧ଟା ୪୯ମିନିଟରେ ବୁଧ ଦେବ ମଙ୍ଗଳ ନକ୍ଷତ୍ର ଚିତ୍ରାରେ ଗୋଚର କରିଛନ୍ତି। ୬ ଅକ୍ଟୋବର ପରେ ୧୦ ଅକ୍ଟୋବର ୨୦୨୪ରେ ବୁଧ ଦେବ ତୁଳାରାଶିରେ ପ୍ରବେଶ କରିବେ। ତେବେ ଆସନ୍ତୁ ଜାଣିବା କେଉଁ ତିନୋଟି ରାଶିକୁ ବୁଧ ଗୋଚରର ଶୁଭଫଳ ପ୍ରାପ୍ତି ହେବ।

ମିଥୁନ: ଏହି ରାଶି ପାଇଁ ବୁଧଙ୍କ ଗୋଚର ଶୁଭ ରହିବ। ସାହସ ବୃଦ୍ଧି ପାଇବ, ଯାହା ଦ୍ୱାରା ସେମାନେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସାମ୍ନା କରିପାରିବେ। ଚାକିରି କରୁଥିବା ଲୋକଙ୍କୁ ମାନସିକ ଶାନ୍ତି ମିଳିବ। ଯେଉଁ କାରଣରୁ ଅଫିସରେ ମନ ଲଗାଇ କାର୍ଯ୍ୟ କରିପାରିବେ।

ତୁଳା: ବୁଧ ଗୋଚର ତୁଳା ରାଶି ପାଇଁ ଶୁଭ ରହିବ। ବୈବାହିକ ଜୀବନ ସୁଖମୟ ହେବ। ବିଦେଶକୁ ଯାତ୍ର କରିପାରନ୍ତି। ଦମ୍ପତ୍ତିଙ୍କ ମଧ୍ୟରେ ଚାଲିଥିବା ବିବାଦ ସମାପ୍ତ ହେବ। ଚାକିରି-ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ।

କୁମ୍ଭ: ବିବାହ କରିଥିବା ଦମ୍ପତ୍ତିଙ୍କ ମଧ୍ୟରେ ରୋମାନ୍ସ ଏବଂ ପ୍ରେମ ବଢିବ। ଛାତ୍ରମାନଙ୍କ ପାଠପଢାରେ ମନ ଲାଗିବ। ଆର୍ଥିକ ସ୍ଥିତି ମଜବୁତ ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।

Get real time updates directly on you device, subscribe now.