fbpx

ବଚପନ କା ପ୍ୟାର ଗାୟକ ସହଦେବ ଡିର୍ଡୋ ଦୁର୍ଘଟଣାଗ୍ରସ୍ତ: ଟ୍ୱିଟ କରି ସୂଚନା ଦେଲେ ବାଦଶାହ[Video]

ମୁମ୍ବାଇ: ବଚପନ କା ପ୍ୟାର ଗୀତ ଗାଇ କୋଟି କୋଟି ଲୋକଙ୍କ ହୃଦୟ ଜିତି ନେଇଥିବା ତଥା ଭାଇରାଲ ହୋଇଥିବା ସହଦେବ ଡିର୍ଡୋ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣାରେ ସହଦେବଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜଗଦଲପୁର ପଠାଯାଇଥିବା ଜଣାପଡିଛି । ସ୍କୁଟି ଟ୍ରିପଲ ରାଇଡିଂ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହା ସହିତ ସହଦେବ ନିଜେ ସ୍କୁଟି ଚଳାଉଥିବା ସୂଚନା ମିଳିଛି ।

ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସହଦେବର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ବଲିଉଡ ରାପର ବାଦଶାହ ସହଦେବର ଦୁର୍ଘଟଣାକୁ ନେଇ ଟ୍ୱିଟ କରିଛନ୍ତି । ସହଦେବର ପରିବାର ସହିତ ମୁଁ ନିୟମିତ ଭାବରେ ସମ୍ପର୍କରେ ରହିଛି । ହସ୍ପିଟାଲ ନିଆଯିବା ସମୟରେ ସେ ଅଚେତ ଥିଲା ଏବଂ ଆପଣଙ୍କ ଆଶୀର୍ବାଦ କାମନା କରୁଛି ବୋଲି ଟ୍ୱିଟ କରିଥିଲେ ବାଦଶାହ । ସ୍କୁଟି ଚଲାଉଥିବା ସମୟରେ ରାସ୍ତାରେ ପଡିଥିବା ପଥର ଓ ଗେଟିରେ ସ୍କୁଟି ଚକା ଖସିଯିବାରୁ ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିଲା । ସୁକମାରେ ନ୍ୟୁରୋଲୋଜି ଚିକିତ୍ସା ଉପଲବ୍ଧ ନଥିବାରୁ ସହଦେବକୁ ଜଗଦଲପୁର ପଠାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.