fbpx

ବଡ ଖବର, ମେ’ ୧ ତାରିଖରୁ ସାଇବାବାଙ୍କ ମନ୍ଦିର ବନ୍ଦ: ଅନିର୍ଦ୍ଦିଷ୍ଟ କାଳ ଯାଏ ଖୋଲିବନି ତାଲା

ମୁମ୍ବାଇ: ଆସନ୍ତା ମେ’ ଆରମ୍ଭରୁ ସାଇବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ । ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ପ୍ରସିଦ୍ଧ ମନ୍ଦିର ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ତେବେ ମନ୍ଦିରର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ବେଳେ ଏଠାରେ ସିଆଇଏସଏଫ ମୁତୟନ କରାଯିବ କେନ୍ଦ୍ର ସରକାର ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଶିରିଡି ଗ୍ରାମବାସୀଙ୍କ ସମେତ ବିଭିନ୍ନ ମହଲରୁ ବିରୋଧ କରିବା ସହ ପ୍ରତିବାଦ କରାଯାଇଛି । ତେଣୁ ଶିରିଡି ବାବାଙ୍କ ମନ୍ଦିର ମେ’ ପହିଲାରୁ ବନ୍ଦ ଘୋଷଣା କରାଯାଇଛି ।

ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କୋଟି କୋଟି ଭକ୍ତଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ପ୍ରାୟତଃ ଏହି ମନ୍ଦିରକୁ ଭକ୍ତମାନେ ଦେଉଥିବା ଦାନକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଥାଏ । ତେବେ ଏଭଳି ପରିସ୍ଥିତିରେ ସାଇବାବାଙ୍କ ପ୍ରମୁଖ ମନ୍ଦିର କୁହାଯାଉଥିବା ଶିରିଡି ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ନିଷ୍ପତ୍ତି ଭକ୍ତଙ୍କ ପାଇଁ ଦୁଃଖର ବିଷୟ ପାଲଟିଛି । କିନ୍ତୁ ମନ୍ଦିରର ସୁରକ୍ଷା ଏବଂ ପ୍ରତିକୂଳ ପରିବେଶକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ତେବେ ସିଆଇଏସଏଫକୁ ପ୍ରାୟତଃ ଉଦ୍ୟୋଗିକ ପ୍ରତିଷ୍ଠାନ, ମେଟ୍ରୋ ଷ୍ଟେସନ କିମ୍ବା ଏୟାରପୋର୍ଟ ସୁରକ୍ଷା ନିମନ୍ତେ ନିୟୋଜିତ କରାଯାଇଥାଏ । କିନ୍ତୁ ପ୍ରଥମ ଥର ପାଇଁ ଶିରିଡି ସାଇାବାଙ୍କ ମନ୍ଦିରର ସୁରକ୍ଷା ପାଇଁ ସିଆଇଏସଏଫ ନିୟୋଜିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ମେ’ ପ୍ରଥମରୁ ବାବାଙ୍କ ମନ୍ଦିର ବନ୍ଦ କରିବା ପାଇଁ ଘୋଷଣା ହୋଇଥିବା ବେଳେ କେବେ ଖୋଲିବ ସେ ନେଇ କୌଣସି ସୂଚନା ଦିଆ ଯାଇନାହିଁ ।

Get real time updates directly on you device, subscribe now.