fbpx

ସ୍ୱନାମଧନ୍ୟ ଶିକ୍ଷାବିତ୍ ଡ. ବିଜୟ କୁମାର ସାହୁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଗୁରୁବାର ପରଲୋକ ଘଟିଛି । କରୋନା ପରବର୍ତ୍ତୀ ଜଟିଳତାରେ ସେ ଆକ୍ରାନ୍ତ ଥିଲେ । ହାଇଦ୍ରାବାଦସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ ଯେ ସାଇ ଇଣ୍ଟର୍ ନ୍ୟାସନାଲ୍ ସ୍କୁଲର ଚେୟାରମ୍ୟାନ୍ ବିଜୟ ସାହୁ କରୋନା ସଂକ୍ରମିତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରରୁ ଏକ ଏୟାର୍ ଆମ୍ବୁଲାନ୍ସରେ ହାଇଦ୍ରାବାଦ ପଠାଯାଇଥିଲା । ତେବେ ଜୀବନ ସହ ଲଢ଼େଇ କରି ଆଜି ସେ ଆଖି ବୁଜିଦେଇଛନ୍ତି। ତାଙ୍କ ପରଲୋକ ଘଟିଥିବା ନେଇ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ଶରତ କର ସ୍ପଷ୍ଟ କରିଛନ୍ତି ।

ବିଜୟଙ୍କ ଅବର୍ତ୍ତମାନ ଖବର ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ଜଣେ ସ୍ୱନାମଧନ୍ୟ ଶିକ୍ଷାବିତ୍ ଓ ସଫଳ ଉଦ୍ୟୋକ୍ତା ଡ. ବିଜୟ କୁମାର ସାହୁଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମୂଳଦୁଆ ପକାଇ ବିଜୟ ବାବୁ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ତଥା ନୂଆ ଯୁଗର ଅୟମାରମ୍ଭ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହ ଶୋକସନ୍ତପ ପରିବାର ବର୍ଗଙ୍କ ସମେତ ବିଜୟଙ୍କ ସମସ୍ତ ସମ୍ପର୍କୀୟ ଓ ଶୁଭେଚ୍ଛୁଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।

Get real time updates directly on you device, subscribe now.