fbpx

ବୁଲା ପଶୁଜନ୍ତୁଙ୍କ ଖାଦ୍ୟ ପାଇଁ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନ ଲାଗୁ ହେବା ଯୋଗୁଁ ଜନସାଧାରଣଙ୍କ ସହ ପ୍ରଭାବିତ ହୋଇଛନ୍ତି ବୁଲା ପଶୁଜନ୍ତୁ । ତେବେ ଏହି ଲକଡାଉନ ସମୟରେ ପଶୁଜନ୍ତୁଙ୍କଙ୍କୁ ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଖର୍ଚ୍ଚ କରାଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।  ଏହି ଟଙ୍କାକୁ ପଶୁଜନ୍ତୁଙ୍କ ଖାଦ୍ୟ ପାଇଁ ଖର୍ଚ୍ଚ କରାଯିବ । ବିଏମସି ଦୈନିକ ୨୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁଥିବାବେଳେ ଅନ୍ୟ ୪ ଟି ମ୍ୟୁନିସିପାଲ କର୍ପୋରେସନରେ ଦୈନିକ ୧୦,୦୦୦ ଟଙ୍କା ଖର୍ଚ୍ଚ କରାଯିବ । ୪୮ଟି ପୌରସଂସ୍ଥା ଦୈନିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ୬୧ଟି ଏନଏସି ଦୈନିକ ୨ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୧,୧୩,୯୪,୦୦୦ ଟଙ୍କା ମଞ୍ଜୁର କରିଛନ୍ତି ।

Get real time updates directly on you device, subscribe now.