ସାମ୍ନାକୁ ଆସିଲା ଛୁରୀଖଣ୍ଡର ପ୍ରଥମ ଭିଡ଼ିଓ; ମେରୁଦଣ୍ଡରୁ ମାତ୍ର 2 MM ଦୂରରେ ଥିଲା ଛୁରୀ

ମୁମ୍ୱାଇ: ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୈଫ। ମେରୁଦଣ୍ଡରେ ଲାଗି ରହିଥିବା ଛୁରୀର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି। ଛୁରୀଟି ସମ୍ପୂର୍ଣ୍ଣ ନଥିଲା ଆକ୍ରମଣ ବେଳେ ଭାଙ୍ଗିଯାଇଥିଲା।

ସୈଫ ଅଲ୍ଲି ଖାନଙ୍କୁ ଏହି ଛୁରୀରେ କରାଯାଇଥିଲା ଟାର୍ଗେଟ୍। ଯାହା ତାଙ୍କ ଶରୀରରେ ଲାଗି ରହିଥିଲା। ହସ୍ପିଟାଲରେ ଡ଼ାକ୍ତରମାନେ ଅତ୍ସୋପ୍ରଚାର କରି ଛୁରୀଟିକୁ ସୈଫଙ୍କ ଦେହରୁ ବାହାର କରିଛନ୍ତି।

ଏବେ ତାହାର ଫଟୋ ସାମ୍ନାକୁ ଆସିଛି। ଅଭିନେତାଙ୍କ ଶରୀରରେ ଲଗାତାର 6 ଥର ଆକ୍ରମଣ ହୋଇଥିଲା। ଯାହା ଫଳରେ ସୈଫଙ୍କ ଦେହରେ ବିଭିନ୍ନ ଜାଗାରେ ଗଭୀର ଆଘାତ ଲାଗିଥିଲା।

ଏବଂ ଅପରାଧ ଘଟାଇବା ବେଳେ ଯେଉଁ ଛୁରୀର ପ୍ରୟୋଗ କରାଯାଇଥିଲା ଏବେ ତାର ଛୋଟ ଝଲକ ସାମ୍ନାକୁ ଆସିଛି।

କିପରି ଅଛନ୍ତି ସୈଫ: ଗୁରୁବାର ରାତିରେ ଡକାୟତି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପଶିଥିଲା ଚୋର। ହେଲେ ଧରା ପଡ଼ିଯିବାରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ଅଭିନେତାଙ୍କ ଉପରେ ଆକ୍ରମଣ କରି ସେଠାରୁ ଖସିଯାଇଥିଲା।

ପରେ ଚୋରର ଆକ୍ରମଣରେ ଆହତ ହୋଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୈଫ। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ICUରୁ ସିଫ୍ଟ କରାଯାଇଛି।

 ହେଲେ ଆକ୍ରମଣ ବେଳେ, ତାଙ୍କ ମେରୁଦଣ୍ଡରୁ ମାତ୍ର 2 ମିଲିମିଟର ଦୂରରେ ଲାଗି ରହିଥିଲା ଏହି ଛୁରୀ। ଯାହାକି ଅଭିନେତାଙ୍କ ଜୀବନ ନେଇଯାଇଥାନ୍ତା। ଏବେ ସେହି ଛୁରୀର ପ୍ରଥମ ଭିଡ଼ିଓ ସାମ୍ନାକୁ ଆସିଛି।

ଏହି ଛୁରୀରେ କରିଥିଲେ ଆକ୍ରମଣ: ଆପଣ ଚିତ୍ରରେ ଯେଉଁ ଛୁରୀଟି ଦେଖୁଛନ୍ତି ତାହା ଏକ ଛୁରୀର ତୀକ୍ଷ୍ଣ ଆଗ ଭାଗ। ଆକ୍ରମଣ ବେଳେ ଏହା ଭାଙ୍ଗିଗଲା। ଏବଂ ଅଭିନେତାଙ୍କ ପିଠିରେ ଫସି ରହିଥିଲା।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୈଫଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା। ଏବଂ ଡାକ୍ତର ଅତ୍ସୋପ୍ରଚାର କରି ଛୁରୀକୁ ପିଠିରୁ ବାହାର କଲେ। ସମାନ ଛୁରୀ ସୈଫଙ୍କ ବେକ ଓ ହାତରେ ମଧ୍ୟ ଗଭୀର ଆଘାତ ଦେଇଥିଲା।