ଲୀଳାବତୀ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ସୈଫ୍, ୫ ଦିନର ଚିକିତ୍ସା ପରେ ଘରକୁ ଫେରିଲେ
ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ସୈଫ୍ । ଆଜି ସୈଫଙ୍କ ବୟାନ ରେକର୍ଡ କରିପାରେ ମୁମ୍ବାଇ ପୋଲିସ ।
ନୂଆଦିଲ୍ଲୀ: ସୈଫଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ ଅଲ୍ଲୀ ଖାନ । ବର୍ତ୍ତମାନ ସେ ନିଜ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରକୁ ଫେରିଛନ୍ତି ।
16 ତାରିଖରେ ହୋଇଥିଲା ଆକ୍ରମଣ- କହିରଖୁଛୁ କି, ସୈଫ ଅଲ୍ଲୀ ଖାନଙ୍କ ଉପରେ ଜାନୁୟାରୀ ୧୬ ତାରିଖ ରାତିରେ ଆକ୍ରମଣ ହୋଇଥିଲା । ଏହାପରେ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ 5 ଦିନ ହେବ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ବର୍ତ୍ତମାନ ତାଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ରହିଛି ।
ବାହାର କରାଯାଇଥିଲା ଛୁରୀ- ଡାକ୍ତରମାନେ ତାଙ୍କ ମେରୁ ହାଡରେ ଫଶି ରହିଥିବା ଅଢେଇ ଇଞ୍ଚର ଛୁରିକା ଖଣ୍ଡକୁ ଅପରେସନ କରି ବାହାର କରିଦେଇଛନ୍ତି । ଅଭିନେତାଙ୍କ ସ୍ୱାସ୍ଥ୍ୟରେ ଏବେ ବେଶ୍ ସୁଧାର ହୋଇଥିବା ବେଳେ ଆଜି ସେ ଘରକୁ ଫେରିଛନ୍ତି ।
ବୟାନ ରେକର୍ଡ କରିପାରେ ପୋଲିସ- ଏହି ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି ଏବଂ ପୋଲିସ ପଚରାଉଚରା ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ପ୍ରକୃତ କାରଣ ଜଣାପଡି ନାହିଁ । ଏହି ଘଟଣାରେ ପୋଲିସ ସୈଫଙ୍କ ବୟାନ ରେକର୍ଡ କରିପାରେ ବୋଲି ସୂଚନା ରହିଛି ।
ଲୀଳାବତୀ ହସ୍ପିଟାଲରେ ତାଙ୍କର ସର୍ଜରୀ କରାଯାଇ ଛୁରୀ ବାହାର କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିଲା କାରଣରୁ ବୟାନ ରେକର୍ଡ କରିପାରିନଥିଲା ପୋଲିସ । ଆଜି ସୈଫ କଣ କହିବେ ସେନେଇ ସମସ୍ତଙ୍କର ନଜର ରହିଛି ।