ରାତିଆ-ରାତି ଖାଲି କରାଗଲା ସୈଫ ଅଲ୍ଲୀ ଖାନଙ୍କ ହଣ୍ଟେଡ୍ ହାଉସ୍, ସୋହା କହିଲେ- ଭୂତ ମାରିଲା ଚାପୁଡ଼ା
ସୈଫ ଅଲ୍ଲୀ ଖାନଙ୍କ ସାନ ଭଉଣୀ ସୋହା ଅଲ୍ଲୀ ଖାନ ନିଜର ଭୂତ କୋଠି ବିଷୟରେ ମୁହଁ ଖୋଲିଛନ୍ତି, ଜାଣନ୍ତୁ
ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନଙ୍କ ସାନ ଭଉଣୀ ସୋହା ଅଲ୍ଲୀ ଖାନ ଆମାଜନ ପ୍ରାଇମର ଫିଲ୍ମ ‘ଛୋରୀ୨’ରେ ନଜର ଆସିଛନ୍ତି। ଏହା ଏକ ହରର ଫିଲ୍ମ ଏବଂ ଏଥିରେ ଅଭିନେତ୍ରୀ ଭୂତୁଣୀ ହୋଇଛନ୍ତି। ଏହାର ପ୍ରମୋସନ ସମୟରେ ସେ ନିଜ ଜୀବନ ସହ ଜଡ଼ିତ ଏକ ରିୟଲ ଲାଇଫ ବିଷୟରେ ଖୁଲାସା କରିଛନ୍ତି।
ସେ କହିଛନ୍ତି ଯେ, ତାଙ୍କ ପରିବାରର ଏକ ମହଲରେ ଭୂତ ଅଛନ୍ତି, ଯାହାକୁ ରାତିଆ ରାତି ଖାଲି କରିବାକୁ ପଡ଼ିଲା। ଆଜି ବି ଆମେ ସେଠାକୁ ଯିବା ପାଇଁ ଡରୁଛୁ।
ସୈଫ ଅଲ୍ଲୀ ଖାନ ଏହି ବିଷୟରେ କଥା ହୋଇଛନ୍ତି ଏବଂ କହିଛନ୍ତି ଯେ, ତାଙ୍କ ପୁରୁଣା କୋଠା ଭୂତର କବଜାରେ ଅଛି ଏବଂ ସେହି କାରଣ ପାଇଁ ରାତିଆ ରାତି ତାକୁ କାଲି କରିବାକୁ ପଡ଼ିଲା।
ସେ ଏହି ବିଷୟରେ କଥା ହୋଇ କହିଛନ୍ତି ଯେ, ଆମେ ପଟୌଦୀରେ ରହୁଛୁ, ହରିୟାଣାରେ ଆମ ଘର। ସେଠାରେ ଏକ ଛୋଟ ମହଲ ଅଛି ଏବଂ ଏହା ପରେ ବି ଆଉ ଏକ ମହଲା ଅଛି। ଏହା ବିଷୟରେ ଲୋକେ ଜାଣିନାହାନ୍ତି।
ଏହାର ନାମ ପିଲି କୋଠୀ। ସେଠାରେ ପୂର୍ବରୁ ଆମ ଫ୍ୟାମିଲି ରହୁଥିଲେ ଏବଂ ଏକ ରାତିରେ ସମସ୍ତେ ଅଚାନକ ନିଜ ଜିନିଷ ବନ୍ଧା ବନ୍ଧି କରି ସେଠାରୁ ବାହାରକୁ ପଳାଇଲେ।
ଏହାପରେ ସେ ସେହି ସ୍ଥାନ ଛାଡ଼ି ଅଲଗା ସ୍ଥାନରେ ରହୁଥିଲେ, ଯାହାକୁ ସମସ୍ତେ ପଟୌଦୀ ପ୍ୟାଲେସ ନାମରେ ଜାଣିଛନ୍ତି।
ସେ ଆହୁରି କହିଛନ୍ତି ଯେ, ସେଠାରୁ ହଠାତ୍ ବାହାରିବାର କାରଣ ହେଉଛି, ଏକ ସୁପରନାଚୁରାଲ ପାୱାର ଥିଲା। ଏହି ବିଷୟରେ ଲୋକେ କହିଛନ୍ତି ଯେ, ମୁଁ ତ ନଥିଲି ସେତେବେଳେ, ଯେଉଁ ଲୋକେ ସେଠାରେ ରହୁଥିଲେ, ସେମାନଙ୍କୁ କିଏ ଚାପୁଡ଼ା ମାରୁଥିଲା।
ସେବେଠାରୁ ସେଇ ଘର ଖାଲି ପଡିଛି। ଏପର୍ଯ୍ୟନ୍ତ ଲୋକେ ସେହି ସ୍ଥାନକୁ ଯିବାକୁ ଡରୁଛନ୍ତି ଏବଂ କେହି ତାକୁ କବଜା ମଧ୍ୟ କରୁନାହାନ୍ତି।