fbpx

SAIL Apprentice Recruitment:୧୦୦ରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ଭିଲାଇ ୧୨୦ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.sail.co.in ପରିଦର୍ଶନ କରି ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୯ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଏହି SAIL ନିଯୁକ୍ତିରେ ସମୁଦାୟ ୧୨୦ ଗ୍ରାଜୁଏଟ୍ / ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ । ଏହି ଡ୍ରାଇଭ୍ ଅଧୀନରେ ଗ୍ରାଜୁଏଟ୍ ଇଞ୍ଜିନିୟର୍ ଆପ୍ରେଣ୍ଟିସର ୬୦ ଟି ପଦ ପୂରଣ ହେବ । ଏଥିମଧ୍ୟରେ ମେକାନିକାଲ୍ ର ୧୦ ଟି ପୋଷ୍ଟ, ଇଲେକ୍ଟ୍ରିକାଲ୍ ର ୧୦ ଟି ପୋଷ୍ଟ, ମାଇନିଂର ୧୫ ଟି ପୋଷ୍ଟ ଏବଂ ମେଟାଲୁରଜିର ୨୫ ଟି ପୋଷ୍ଟ ଅନ୍ତର୍ଭୁକ୍ତ । ଏହି ଅଭିଯାନ ଅଧୀନରେ ଡିପ୍ଲୋମା ଇଞ୍ଜିନିୟରଙ୍କ ମୋଟ ୬୦ ଟି ପଦବୀ ନିଯୁକ୍ତ ହେବ। ଯେଉଁଥିରେ ମେଟାଲୁରଜିର ୨୦ ଟି ପୋଷ୍ଟ, ସିଭିଲ୍ ର ୧୦ ଟି ପୋଷ୍ଟ, CS / IT ର ୧୦ ଟି ପୋଷ୍ଟ ଏବଂ ମାଇନିଂର ୨୦ ଟି ପୋଷ୍ଟ ଅନ୍ତର୍ଭୂକ୍ତ କରାଯାଇଛି ।

ଯୋଗ୍ୟତା: ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପାଇଁ ଆବେଦନ କରିପାରିବେ ଏବଂ ପଲିଟେକ୍ନିକ୍ ପାସ୍ କରିଥିବା ପ୍ରାର୍ଥୀମାନେ ଡିପ୍ଲୋମା ପାଇଁ ଆବେଦନ କରିପାରିବେ।

Get real time updates directly on you device, subscribe now.