fbpx

Sachin Tendulkar : ଘର ବାହାରେ ଲଗାଯାଇଛି ‘ପୋଷ୍ଟର’ ! କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବାକୁ ଚାପ

ନୂଆଦିଲ୍ଲୀ: ଗତ ମାସରୁ ଭାରତର ବରିଷ୍ଠ କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ଶହ ଶହ ମହିଳା କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଥିଲେ । କିନ୍ତୁ ନୂତନ ସଂସଦ ଭବନକୁ ଧସେଇ ପଶିବା ଉଦ୍ୟମ ପରେ ସେମାନଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା ।

ବର୍ତ୍ତମାନ ସବୁଠାରୁ ବଡ ଖବର ଆସୁଛି ଯେ ଭାରତର ଜଣାଶୁଣା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଘର ବାହାରେ ଏକ ପୋଷ୍ଟର ଲଗାଇଥିଲା। ଯେଉଁ ପୋଷ୍ଟରରେ ଲେଖାଥିଲା, ‘କୁସ୍ତି ପ୍ରସଙ୍ଗ ଉପରେ ଧ୍ୟାନ ଦିଅ’ ବୋଲି ଲେଖାଯାଇଥିଲା । ଯଦିଓ ପୋଲିସ ବର୍ତ୍ତମାନ ପୋଷ୍ଟରକୁ ହଟାଇ ଦେଇଛି, ତେବେ ତାହାକୁ କିଏ ଓ କାହିଁକି ଲଗାଇଛି ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଏହି ପୋଷ୍ଟର ମାଧ୍ୟମରେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଚାପ ପକାଯାଉଥିବା ଅଭିଯୋଗ ହୋଇଛି । ଏହି ପୋଷ୍ଟରକୁ କିଏ ଲଗାଇଛି ତାହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, ଧାରଣାରେ ବସିବାର କିଛି ଦିନ ପରେ କୁସ୍ତି ଯୋଦ୍ଧାମାନେ ଅତି ଭାବବିହ୍ୱଳ ହୋଇ ଏକ ବୟାନ ଦେଇଥିଲେ । ସେମାନେ କହିଥିଲେ ଯେ ଆମେ ସେତିକି ଯୋଗ୍ୟ ନୁହେଁ ବୋଲି କ୍ରିକେଟର୍ସ ମାନେ ଆମକୁ ସପୋର୍ଟ କରୁନାହାଁନ୍ତି । ତେବେ ଏହି ବୟାନ ଆସିବାର କିଛି ଦିନ ପରେ ସଚିନଙ୍କ ଘର ବାହାରେ ଏହି ପୋଷ୍ଟର ଏବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

Get real time updates directly on you device, subscribe now.