ଭୋପାଳ: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ବାଗେଶ୍ୱର ଧାମର ସନ୍ଥ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ହିନ୍ଦୁ ଏକତା ପଦଯାତ୍ରାର ସମାପନୀ ଉତ୍ସବ ଶୁକ୍ରବାର (ନଭେମ୍ବର ୨୯, ୨୦୨୪) ଓରଛାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ପ୍ରସିଦ୍ଧ ସନ୍ଥ ରାମଭଦ୍ରଚାର୍ଯ୍ୟ ତାଙ୍କ ଅଭିଭାଷଣରେ କଂଗ୍ରେସ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।
ସେ ତାଙ୍କ ଭାଷଣରେ ହିନ୍ଦୁ ଏକତା, ତୁଷ୍ଟୀକରଣ ରାଜନୀତି ଏବଂ ଧାର୍ମିକ ପରିଚୟ ସହ ଜଡ଼ିତ ପ୍ରସଙ୍ଗ ଗୁଡ଼ିକ ବିଷୟରେ ଖୋଲାଖୋଲି ଭାବେ କହିଥିଲେ । ସନ୍ଥ ରାମଭଦ୍ରାଚାର୍ଯ୍ୟ ତାଙ୍କ ଭାଷଣରେ କଂଗ୍ରେସ ଦଳ ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ଟାର୍ଗେଟ କରି ଗୁରୁତର ଅଭିଯୋଗ ଆଣିଥିଲେ । ସେ କହିଛନ୍ତି, “ପଞ୍ଜା ରକ୍ତାକ୍ତ ହୋଇଯାଇଛି; ପ୍ରିୟଙ୍କା ଗାନ୍ଧି ୱାୟନାଡରୁ ନିର୍ବାଚନ ଜିତିବା ପରେ ତାଙ୍କ ସମ୍ମାନରେ ଏକ ନିରୀହ ଗାଈକୁ ଗୁଳି କରାଯାଇଥିଲା ।
ଅହିଂସା ପ୍ରଚାର କରୁଥିବା ଲୋକଙ୍କ ଶାସନରେ ଏଭଳି ଘଟଣା ଘଟୁଛି । ସନ୍ଥ ରାମ ଭଦ୍ରାଚାର୍ଯ୍ୟ ଏହି ଘଟଣାକୁ ହିନ୍ଦୁ ସଂସ୍କୃତି ଏବଂ ଧାର୍ମିକ ବିଶ୍ୱାସ ବିରୋଧୀ ବୋଲି ବର୍ଣ୍ଣନା କରିଛନ୍ତି । କଂଗ୍ରେସ ହିନ୍ଦୁମାନଙ୍କୁ ଅବହେଳା କରିବା ସହ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ହିନ୍ଦୁ ଏକତା ସମୟର ଆବଶ୍ୟକତା ବୋଲି ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ ଏହି ତୀର୍ଥଯାତ୍ରା କେବଳ ଆରମ୍ଭ । ଧାର୍ମିକ ଓ ସାଂସ୍କୃତିକ ନବଜାଗରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି ।