fbpx

୧ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦରମା: ଟେକନିକାଲ ଆସିଷ୍ଟାଣ୍ଟ ପଦରେ ବମ୍ପର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭଲ ଚାକିରିଟିଏ ନ ମିଳିବାରୁ ଦେଶରେ ବେରୋଜଗାରୀ ସମସ୍ୟା ବଢିବାରେ ଲାଗିଛି । ଅନେକ ପିଲା ଏକାଧିକ ଡିଗ୍ରୀ ପାଇବା ପରେ ମଧ୍ୟ ସନ୍ତୋଷଜନକ ରୋଜଗାର ସଂସ୍ଥା ପାଉନାହାନ୍ତି । ତେବେ ବର୍ତ୍ତମାନ CSIR-ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଟେକିକାଲ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥିମାନେ ଆବେଦନ କରିପାରିବେ । ସିଏସଆଇଆର-ସିବିଆରଆଇ ଭର୍ତ୍ତି ୨୦୨୪ ଜରିଆରେ ଟେକ୍ନିକାଲ କ୍ଷେତ୍ରରେ ମୋଟ ୨୪ଟି ପଦବୀ ପୂରଣ କରାଯିବ । ତେବେ ଏହି ପଦବୀ ପାଇଁ ଦରମା ଏକ ଲକ୍ଷରୁ ଅଧିକ ରହିବ ବୋଲି ଜାଣିବାକୁ ମିଳିଛି ।

CSIR-CBIR ଭର୍ତ୍ତି-୨୦୨୪ ପାଇଁ ଅଫିସିଆଲ ସୂଚନା ଅନୁସାରେ, ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥିଙ୍କୁ ସମୟସୀମା ପୂର୍ବରୁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ । ଯୋଗ୍ୟ ପ୍ରାର୍ଥି ଅଫିସିଆଲ ୱେବସାଇଟ ରେ ଏଥିପାଇଁ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥିଙ୍କ ବୟସ ୨୮ ବର୍ଷ ବା ତା’ଠାରୁ କମ୍ ହୋଇଥିବା ଆବଶ୍ୟକ । ତେବେ ବୟସସୀମାରେ ଓବିସି ବର୍ଗର ପ୍ରାର୍ଥିମାନଙ୍କୁ ୩ ବର୍ଷ, ଏସସି-ଏସଟି ବର୍ଗଙ୍କ ପାଇଁ ୫ ବର୍ଷ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ୧୦ ବର୍ଷ ବୃଦ୍ଧି କରାଯାଇପାରେ ।

ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଚୁକ ପ୍ରାର୍ଥି କୌରସି ଏକ ମାନ୍ୟତାପ୍ରାପ୍ତ ସଂସ୍ଥା ବା ବିଶ୍ୱବିଦ୍ୟାଳୟରୁ ଅନ୍ୟୁନ ୬୦% ମାର୍କ ସହ ଅତି କମରେ ୩ ବର୍ଷର ଫୁଲ ଟାଇମ ସମ୍ବନ୍ଧିତ ଇଞ୍ଜିନିୟରିଙ୍ଗ ବିଷୟରେ ଡିପ୍ଲୋମା ରହିବା ଆବଶ୍ୟକ । ଏହାସହିତ ଏହି କ୍ଷେତ୍ରରେ ପ୍ରାର୍ଥିଙ୍କର ୨ ବର୍ଷର ଅଭିଜ୍ଞତା ମଧ୍ୟ ରହିବା ଜରୁରୀ । କିମ୍ବା ସର୍ବନିମ୍ନ ୬୦% ମାର୍କ ଏବଂ ଦୁଇ ବର୍ଷର ଅଭିଜ୍ଞତା ସହିତ ପ୍ରଯୁଜ୍ୟ ଇଞ୍ଜିନିୟରିଂ କ୍ଷେତ୍ରରେ ଅତିକମରେ ଦୁଇ ବର୍ଷ ପୂର୍ଣ୍ଣ ସମୟ ଡିପ୍ଲୋମା ରହିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ: ୧୦ ଜାନୁୟାରୀ ୨୦୨୪

ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ: ୭ ଫେବୃଆରୀ ୨୦୨୪

ହାର୍ଡ କପି ପାଇବା ପାଇଁ ଶେଷ ତାରିଖ: ୨୦ ଫେବୃଆରୀ ୨୦୨୪

Get real time updates directly on you device, subscribe now.