fbpx

ଅରବାଜଙ୍କ ଦ୍ୱିତୀୟ ବିବାହ ଉପରେ ପ୍ରତିକ୍ରିୟା ରଖିଲେ ପିତା ସଲିମ ଖାନ୍

Advertisement

ମୁମ୍ବାଇ: ନିକଟରେ ଅରବାଜ ଖାନ୍ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ଶୁରା ଖାନଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ସୀମିତ ବନ୍ଧୁ ବାନ୍ଧବ, ବଲିଉଡ଼ କଳାକାର ଏବଂ ପରିବାର ଲୋକଙ୍କ ଗହଣରେ ଧୁମଧାମରେ ହୋଇଥିଲା ଏହି ସେଲିବ୍ରିଟି ବିବାହ । ଏନେଇ ସୋସିଆଲ ମିଡ଼ିଆରେ ଫଟୋ ଏବଂ ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ତାଲିକାରୁ ବାଦ୍ ପଡ଼ିନି ପ୍ରଶଂସକଙ୍କ ଶୁଭେଚ୍ଛା ବାର୍ତ୍ତା । ବର୍ତ୍ତମାନ ଅରବାଜ ଖାନଙ୍କ ପିତା ସଲିମ ଖାନ ସେମାନଙ୍କ ବିବାହ ଉପରେ ପ୍ରତିକ୍ରିୟା ରଖିଛନ୍ତି ।

ଏକ ସାକ୍ଷାତକାରରେ ସଲିମ କହିଛନ୍ତି, ‘ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ମୋ ହିସାବରେ ଏହା ଅପରାଧ ନୁହେଁ । ମୁଁ ଅରବାଜଙ୍କ ପାଇଁ ବହୁତ ଖୁସି ଏବଂ ମୋର ଆଶୀର୍ବାଦ ଉଭୟଙ୍କ ସହ ଅଛି ।’ ତେବେ ବିବାହକୁ ନେଇ ଅରବାଜ ତାଙ୍କ ସହ କୌଣସି ଆଲୋଚନା କରିଥିଲେ ନା ନାହିଁ ବୋଲି ପଚରାଯିବାରୁ ସଲିମ କହିଥିଲେ, ‘ସେ ୟଙ୍ଗ, ମେଚ୍ୟୋର ଏବଂ ଶିକ୍ଷିତ । ସେମାନେ ନିଜ ନିଷ୍ପତ୍ତି ନଜେ ନେବାକୁ ସକ୍ଷମ । ମୋ ଅନୁମତିର ଆବଶ୍ୟକତା ନାହିଁ । ଯଦି ଯେ ଖୁସି ଅଛି ତେବେ ତା’ଠାରୁ ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ । ସେ କେବଳ କହିଥିଲେ ଯେ ବିବାହ କରିବାକୁ ଚାହୁଁଛନ୍ତି ଏବଂ ମଁ ଠିକ୍ ଅଛି ବୋଲି କହିଥିଲି ।’ ସଲିମ ଆହୁରି ମଧ୍ୟ କହିଥିଲେ ଯେ କେହି କେବେ କାହା ଜୀବନରେ ହସ୍ତକ୍ଷେପ କରିବା ଉଚିତ ନୁହେଁ କାରଣ ଏହା ସମସ୍ୟା ସୃଷ୍ଟି କରିଥାଏ ।

Get real time updates directly on you device, subscribe now.