fbpx

୧୦୫୦ କୋଟି ଦେବ ଯଦି ଦିଅ, ନଚେତ୍ ମୁଁ Bigg Boss-16 ଶୋ’ ହୋଷ୍ଟ କରିବି ନାହିଁ: ସଲମାନଙ୍କ ଜିଦ୍ ସମସ୍ତଙ୍କୁ କରିଦେଲା ତାଜୁବ୍

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ନିଜର ୟୁନିକ ଷ୍ଟାଇଲକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି ବଲିଉଡର ଭାଇଜାନ୍ ତଥା ଦବଙ୍ଗ ଷ୍ଟାର ସଲମାନ ଖାନ୍ । ତେବେ ନିକଟରେ ସଲମାନଙ୍କୁ ନେଇ ଏକ ନୂଆ ଖବର ଆସିଛି । ବିସ ବସ୍-୧୬ରେ ହୋଷ୍ଟ କରିବା ପାଇଁ ସଲମାନ ନିଜର ପ୍ରାଇସ୍ ୩ ଗୁଣା ବୃଦ୍ଧି କରିଥିବା ଜଣାପଡ଼ିଛି । ସଲମାନ ଏହି ଶୋ’ ପାଇଁ ୧୦୫୦ କୋଟି ଅର୍ଥ ନେବାକୁ ଜିଦ୍ କରିଥିବା କୁହାଯାଉଛି ।

ତେବେ ଭାଇଜାନଙ୍କ ଏହି ପାହାଡ଼ ସଦୃଶ ଅଙ୍କକୁ ଦେଖିଲେ ଯେ କେହି ବି ପାଗଳ ହୋଇଯିବ । ତେବେ ଜଣାପଡ଼ିଛି ଯେ, କୋଭିଡ୍ ମହାମାରୀ କାରଣରୁ ସଲମାନ ନିଜ ଫିସକୁ ନେଇ କିଛିଟା ବୁଝାମଣା କରିଥିଲେ । ମାତ୍ର ଏବେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବା ବେଳେ ପରିସ୍ଥିତି ସୁଧୁରିଛି । ତେଣୁ ସେ ତାଙ୍କର ଫିସ୍ ୩ ଗୁଣା ବଢ଼ାଇଥିବା କୁହାଯାଉଛି ।

ଗତ ସିଜିନରେ ସଲମାନ ନିଜର ଫିସ୍ ବଢ଼ାଇ ନଥିଲେ । ତେବେ ଚଳିତ ସିଜିନରେ ଯଦି ତାଙ୍କୁ ଡିମାଣ୍ଡ ମୁତାବକ ଅର୍ଥ ପ୍ରଦାନ ନଯାଏ, ତେବେ ସେ ଶୋ’ରେ ହୋଷ୍ଟ କରିବେ ନାହିଁ ବୋଲି ସିଧାସଳଖ କହିଥିଲେ । ଗତ ବିଗ୍ ବସ-୧୫ରେ ସେ ୩୫୦ କୋଟି ନେଇଥିଲେ । ସଲମାନଙ୍କୁ ଯଦି ଏହି ଅର୍ଥ ଦିଆଯାଏ, ତେବେ ସେ ନିଶ୍ଚିତ ଭାବେ ଇତିହାସ ରଚିବେ ।

Get real time updates directly on you device, subscribe now.