(Video) ୧.୭୨ ଲକ୍ଷରେ କିଣିଲେ ‘ସିକନ୍ଦର’ର ଟିକେଟ, ପରେ ଲୋକଙ୍କୁ ବାଣ୍ଟିଦେଲେ ସଲମାନଙ୍କ ଦିୱାନା ଫ୍ୟାନ୍ସ
ସଲମାନ ଖାନଙ୍କ ପ୍ରଶଂସକ ଏତିକି ଲକ୍ଷଙ୍କର କିଣିଲେ ସିକନ୍ଦର ଫିଲ୍ମ ଟିକେଟ ଏବଂ ସମସ୍ତ ଲୋକଙ୍କୁ ବାଣ୍ଟିଦେଲେ
ନୂଆଦିଲ୍ଲୀ: ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ସିକନ୍ଦର’ ଇଦ୍ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ୩୦ ମାର୍ଚ୍ଚରେ ସିନେମା ହଲରେ ଦେଖିବେ ଲୋକେ।
ଫିଲ୍ମର ଟ୍ରେଲର ରିଲିଜ ହେବା ସହ ଆଡଭାନ୍ସ ବୁକିଂ ବି ଆରମ୍ଭ ହୋଇସାରିଛି। ଏହାରି ମଧ୍ୟରେ ଅଭିନେତାଙ୍କ ଜଣେ ଫ୍ୟାନଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।
ଏହି ଫ୍ୟାନ ଜଣକ ହେଉଛନ୍ତି ରାଜସ୍ଥାନର ଏବଂ ତାଙ୍କ ନାମ କୁଲଦୀପ କସ୍ତାନ। କୁଲଦୀପ ସିକନ୍ଦରର ୧.୭୨ ଲକ୍ଷ ଟଙ୍କାର ଟିକେଟ କିଣିଥିଲେ।
ବାଣ୍ଟିଲେ ଫିଲ୍ମ ଟିକେଟ: କୁଲଦୀପ ଏହି ଟିକେଟ ନିଜ ପାଇଁ ନୁହେଁ ବରଂ ଲୋକଙ୍କୁ ବାଣ୍ଟିବା ଲାଗି କିଣିଥିଲେ। ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ଲୋକେ କେଉଁ ଭଳି ତାଙ୍କଠାରୁ ଟିକେଟ ନେଇଯାଉଛନ୍ତି। ସମସ୍ତେ ଲାଇନ ଛିଡା ହୋଇ ତାଙ୍କଠାରୁ ଟିକେଟ ନେଉଛନ୍ତି।
ଏହି ଲାଇନରେ ଛୋଟ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଲାଇନରେ ଠିଆ ହୋଇଛନ୍ତି। ଏହି ଭିଡିଓର କମେଣ୍ଟ ସେକ୍ସନରେ ସମସ୍ତେ କହୁଛନ୍ତି ଯେ, ସେ ସଲମାନଙ୍କ ସବୁଠୁ ବଡ଼ ଫ୍ୟାନ। ଏଥିସହ ଅନେକ ୟୁଜର୍ସ ଏହା ବି ଲେଖିଦେଉଛନ୍ତି, ଏଥିରେ ସଲମାନଙ୍କର କୌଣସି ଉତ୍ତର ନାହିଁ।
View this post on Instagram