fbpx

ନିଆରା ଅନ୍ଦାଜରେ Womens’ Daye ଶୁଭେଚ୍ଛା ଜଣାଇଲେ ସାଲମାନ: କଳାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଶଂସକ

ନୂଆଦିଲ୍ଳୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନିଜର ଆଉ ଏକ ଟାଲେଣ୍ଟ ଦେଖାଇଛନ୍ତି ବଲିଉଡ ଭାଇଜାନ ସାଲମାନ ଖାନ । ଅଭିନୟ ଏବଂ କଣ୍ଠଦାନ ପରେ ଏବେ ଚିତ୍ରକୁ ନେଇ ସେ ଖୁବ ଚର୍ଚ୍ଚାରେ ଅଛନ୍ତି ।ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ଚିତ୍ର କରି ସମସ୍ତଙ୍କ ମନ ଜିଣି ନେଇଛନ୍ତି ଦବଙ୍ଗ ଖାନ । ଏହି ଚିତ୍ରକୁ ସେ ତାଙ୍କ ମାଆଙ୍କୁ ଉତ୍ସର୍ଗ କରିଛନ୍ତି । ପେଣ୍ଟିଙ୍ଗ କରିବାର ଏକ ଭିଡିଓ ସେ ସୋଶଲ ମିଡିଆରେ ଅପଲୋଡ କରିଛନ୍ତି ।

 

View this post on Instagram

 

A post shared by Salman Khan (@beingsalmankhan)

ସାଲମାନ ଖାନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ପେଣ୍ଟିଙ୍ଗ କରୁଥିବା ବେଳର ଏହି ଭିଡିଓ ଏବେ ଦର୍ଶକଙ୍କ ଭିତରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଚିତ୍ରରେ ସେ ତିନି ଧର୍ମକୁ ସ୍ଥାନ ଦେବା ସହିତ ଶାନ୍ତିର ସନ୍ଦେଶ ଦେଇଛନ୍ତି । ସମ୍ପୂର୍ଣ୍ଣ ଭିଡିଓ ଅପଲୋଡ କରି ନଥଇଲେ ବି ଏହାର ଲିଙ୍କ ଦେଇଛନ୍ତି ସାଲମାନ ଖାନ । ଭିଡିଓ ସହିତ କ୍ୟାପ୍ସନରେ ଲେଖିଛନ୍ତି ଯେ, ଅପାଣଙ୍କୁ ଯାହା କରିବାର ଅଛି କରନ୍ତୁ, କିନ୍ତୁ ମାଆଙ୍କୁ କଷ୍ଟ ଦିଅନ୍ତୁ ନାହିଁ । ମହିଳା ଦିବସର ଅନେକ ଅନେକ ଶୁଭେଚ୍ଛା । ଏଥିରୁ ଜଣାପଡୁଛି ସାଳମାନ ତାଙ୍କ ମାଆଙ୍କୁ କେତେ ଭଲ ପାଆନ୍ତି । ମାଆଙ୍କ ସହ ତାଙ୍କ ସମ୍ପର୍କ ଖୁବ ନିବିଡ ରହିଛି । ଖାଲି ସମୟରେ ମାଆଙ୍କ ସହ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି ସାଲମାନ ।

Get real time updates directly on you device, subscribe now.