fbpx

ଗାନ୍ଧୀ ମୂର୍ତ୍ତି ଧରି କାନ୍ଦିଲେ ନେତା, ଲୋକେ କହିଲେ ଓସ୍କାରକୁ ପଠାଯାଉ ଭିଡିଓ

ନୂଆଦିଲ୍ଲୀ: ସାରା ଦେଶରେ ଆଜି ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତାମାନେ ମଧ୍ୟ ଅନେକ ସ୍ଥାନରେ ଗାନ୍ଧୀ ମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି ଦେବାର ଦେଖାଯାଇଛି । ଏହାରି ମଧ୍ୟରେ ଶ୍ରଦ୍ଧାଞ୍ଜଳି ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓଟି ହେଉଛି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାର । ସବୁବେଳେ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟୀ ନେତା ଗାଲିବ ଖାନ ତାଙ୍କ ସମର୍ଥକଙ୍କ ସହ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ପ୍ରତିମା ଧରି କାନ୍ଦି ପକାଉଛନ୍ତି । ଗାଲିବ ଖାନ ନିଜ ସମର୍ଥକଙ୍କ ସହ ଯାଇ ଗାନ୍ଧୀ ପ୍ରତିମାରେ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ବାପୁ ବାପୁ କହି ଗାନ୍ଧୀ ପ୍ରତିମାକୁ ଧରି ଭାବବିହ୍ୱଳ ହୋଇପଡ଼ୁଛନ୍ତି । କେବଳ ସେତିକି ନୁହେଁ ତାଙ୍କ ସମର୍ଥକମାନେ ତାଙ୍କୁ ସାନ୍ତ୍ୱନା ଦେବାର ମଧ୍ୟ ଦେଖାଯାଉଛି । ଆଉ ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓକୁ ନେଇ ଲୋକ ଖୁବ କମେଣ୍ଟ କରିବା ସହ ଭିଡିଓକୁ ଓସ୍କାର ପାଇଁ ପଠାଇବା ଭଳି କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.