ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମଧ୍ୟରେ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ କନୌଜର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭାରତୀୟ ଜନତା ପାର୍ଟିର ସୁବ୍ରତ ପାଠକଙ୍କ ସହ ଏହି ଆସନରେ ସେ ନିର୍ବାଚନୀ ମଇଦାନରେ ପ୍ରତିଦ୍ୱନ୍ଦିତା କରିବେ । ସେହିପରି ସୁବ୍ରତ ପାଠକ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଖିଲେଶଙ୍କ ନାମାଙ୍କ ପତ୍ର ଦାଖଲକୁ ନେଇ ଦଳ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଆଜି ଦିନ ୧୨ଟାରେ ଅଖିଲେଶ ଯାଦବ ଦଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ତାଙ୍କ ସହ କାକା ରାମଗୋପାଲ ଯାଦବ, ସପା ଜିଲ୍ଲାଧ୍ୟକ୍ଷ କଲିମ୍ ଖାନ୍, ପୂର୍ବ ବିଧାୟକ କଲ୍ୟାଣ ସିଂହ ଦୋହରେ ଏବଂ ପାର୍ଟି ପ୍ରଦେଶ ସଚିବ ଉପସ୍ଥିତ ଥିଲେ । ଏନେଇ ଦଳ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି । ଅପରପକ୍ଷରେ ଅଖିଲେଶ ଯାଦବ ଏହି ଫଟୋକୁ ଶେୟାର କରି ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ‘ପୁଣି ଥରେ ଇତିହାସର ପୁନରାବୃତ୍ତି ହେବ, ଏବେ ନୂତନ ଭବିଷ୍ୟର ନିର୍ମାଣ ହେବ ।’
माननीय राष्ट्रीय अध्यक्ष श्री अखिलेश यादव जी ने कन्नौज लोकसभा से समाजवादी पार्टी के प्रत्याशी के रूप में अपना नामांकन पत्र दाखिल किया। pic.twitter.com/KFAQ1pT1lS
— Samajwadi Party (@samajwadiparty) April 25, 2024