ବିବାହ ପରେ ସାମନ୍ଥାଙ୍କ ଜୀବନରେ ରହିଛି ଦୁଇଟି ଜିନିଷର ଅଭାବ; ଜାଣନ୍ତୁ କଣ

ହାଇଦ୍ରାବାଦ: ସାଉଥ୍ ସେନସେସନ ସାମନ୍ଥା ଅକ୍କିନେନୀ ୪ ଦକ୍ଷିଣ ଭାରତୀୟ ଇଣ୍ଡଷ୍ଟ୍ରୀରେ ରାଜ କରୁଥିବା ବେଳେ ବର୍ତ୍ତମାନ ସମଗ୍ର ଭାରତ ତାଙ୍କର ଫ୍ୟାନ ପାଲଟିଛି । ଓଟିଟି ପଦାର୍ପଣରେ ଦ ଫ୍ୟାମିଲି ମ୍ୟାନ୍ ଦ୍ୱିତୀୟ ସିଜିନରେ ନଜର ଆସିଥିଲେ ସାମନ୍ଥା । ସାମନ୍ଥାଙ୍କ ରାଜି ଚରିତ୍ରକୁ ଦର୍ଶକ ବେଶ ପସନ୍ଦ କରିବା ସହିତ ପ୍ରଶଂସା ସାଉଁଟିଥିଲେ ସାମନ୍ଥା । ତେଲୁଗୁ ସୁପରଷ୍ଟାର ନାଗା ଚୈତନ୍ୟଙ୍କୁ ବିବାହ କରିଥିବା ସାମନ୍ଥା ତାଙ୍କ ଜୀବନରେ ଦୁଇଟି ଅଭାବ ରହିଥିବା ସମ୍ପର୍କରେ କହିଥିଲେ ।

ନାଗା ଚୈତନ୍ୟଙ୍କୁ ବିବାହ କରିବା ପରେ ସାମନ୍ଥା ହାଇଦ୍ରାବାଦ ସ୍ଥାନାନ୍ତର ହୋଇଥିଲେ । ହାଇଦ୍ରାବାଦର ଜୀବନଶୈଳୀରେ ଦୁଇଟି ଜିନିଷ ଅଧିକ ମିସ୍ କରନ୍ତି ବୋଲି ଏକ ସାକ୍ଷାତକାର ସମ୍ପର୍କରେ କହିଛନ୍ତି ସାମ୍ । ସାମନ୍ଥା ଚେନ୍ନାଇରେ ଜନ୍ମ ହୋଇଥିବା ବେଳେ ସେଠାରେ ବଢିଛନ୍ତି । ଚେନ୍ନାଇର ସମୂଦ୍ରକୂଳ ସହିତ ତାଙ୍କର ସମ୍ପର୍କ ଅତ୍ୟନ୍ତ ନିବିଡ । ଏକାଧିକ ଜନ୍ମଦିନ ପାର୍ଟି ଠାରୁ ଆରମ୍ଭ କରି ଫଟୋଶୁଟ ସେଠାରେ କରିଥିବାରୁ ସେ ସମୁଦ୍ରକୁ ବହୁତ ମିସ୍ କରନ୍ତି ବୋଲି ସାମନ୍ଥା କହିଛନ୍ତି । ହାଇଦ୍ରାବାଦରେ ସମୁଦ୍ର ନଥିବାରୁ ସମୁଦ୍ରର ମଜା ନେବାରେ ସେ ଅସମର୍ଥ ବୋଲି ସାମନ୍ଥା କହିଛନ୍ତି । ଏହା ସହିତ ଚେନ୍ନାଇରେ ମିଳୁଥିବା ସକାଳ ଜଳଖିଆକୁ ମଧ୍ୟ ସେ ମିସ୍ କରୁଛନ୍ତି । ଚେନ୍ନାଇରେ ମିଳୁଥିବା ସକାଳ ଜଳଖିଆ ଆଉ କେଉଁଠି ମିଳିବ ନାହିଁ ବୋଲି ସାମନ୍ଥା କହିଥିଲେ । ବର୍ତ୍ତମାନ ଜୀବନରେ ସେ କେବଳ ଏହି ଦୁଇଟି ଜିନିଷ ମିସ୍ କରୁଛନ୍ତି ବୋଲି ସାମନ୍ଥା କହିଛନ୍ତି । କରୋନା ପୂର୍ବରୁ ପ୍ରତି ୨-୩ ମାସରେ ଥରେ ସେ ଚେନ୍ନାଇ ବୁଲି ଯାଉଥିବା ବେଳେ ବର୍ତ୍ତମାନ ଏହା ସମ୍ଭବ ହେଉନଥିବା ସାମ୍ କହିଛନ୍ତି ।

Get real time updates directly on you device, subscribe now.