fbpx

ନାଗା ଚୈତନ୍ୟଙ୍କ ସହ ଛାଡ଼ପତ୍ରକୁ ନେଇ ସାମନ୍ଥା କହିଲେ- ‘ମୁଁ କଥା ହୋଇଥିଲି, କିନ୍ତୁ ଲାଗୁନି କି..’

ମୁମ୍ବାଇ: ସାଉଥ ସିନେମାର ଚର୍ଚ୍ଚିତ ଯୋଡ଼ି ସାମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଚଳିତ ବର୍ଷ ସେ ଦୁହେଁ ଅଲଗା ହେବା ସହିତ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଥିଲେ । ସାମନ୍ଥା ଓ ନାଗାଙ୍କ ଅଲଗା ହେବା କଥା ଶୁଣି ଫ୍ୟାନ୍ସମାନେ ବିଶ୍ୱାସ କରିପାରୁନଥିଲେ । ନାଗାଙ୍କ ସହିତ ଅଲଗା ହେବା ପରେ ସାମନ୍ଥା ଏବେ ନିଜ କାମ ଉପରେ ଧ୍ୟାନ ଦେବାରେ ଲାଗିଛନ୍ତି । ସାମନ୍ଥା ଓଟିଟି ପ୍ଲାଟଫର୍ମରେ ଏଣ୍ଟର କରିଛନ୍ତି । ସେ ୱେବ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍ ୨’ରେ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ବହୁତ ପ୍ରଂଶସା ମିଳିଛି ।

ଅନ୍ୟପଟେ ଏକ ଇଣ୍ଟରଭ୍ୟୁରେ ନାଗା ଚୈତନ୍ୟଙ୍କ ସହ ଛାଡ଼ପତ୍ରକୁ ନେଇ ସାମନ୍ଥା ଆଲୋଚନା କରିଥିଲେ । ଛାଡ଼ପତ୍ରକୁ ନେଇ ସାମନ୍ଥା କହିଥିଲେ ଯେ, ‘ ମୋତେ ଲାଗୁଛି କି ମୁଁ ଏ ବିଷୟରେ ବହୁତ କିଛି କହିସାରିଛି । ଏହା ବିଷୟରେ ଆଲୋଚନା କରିବା ଆବଶ୍ୟକ ଥିଲା ଓ ମୁଁ କଥା ବି ହୋଇଥିଲି । କିନ୍ତୁ ବାରମ୍ବାର ଗୋଟିଏ ଜିନିଷକୁ ପୁନରାବୃତ୍ତି କରିବା ଆବଶ୍ୟକ ବୋଲି ମୋତେ ଲାଗୁନି ।

Samantha Akkineni, Naga Chaitanya divorce rumours: 7 reasons why couple might split

ତେବେ ସାମନ୍ଥା ୨୦୨୨ ମସିହାରେ ବହୁତ ବ୍ୟସ୍ତ ହେବାକୁ ଯାଉଛନ୍ତି । ସେ କହିଥିଲେ ଯେ, ‘ମୋତେ ବହୁତ ପରିଶ୍ରମ କରିବାକୁ ପଡିବ । ମୁଁ ଅତ୍ୟନ୍ତ ଭାଗ୍ୟଶାଳୀ କି ମୋତେ ଏପରି ଏକ ଚମତ୍କାର ଭୂମିକା ମିଳିଛି ।’ ସେ ‘ଦି ଫ୍ୟାମିଲି ମ୍ୟାନ୍ ୨’ ରେ ରାଜୀଙ୍କ ଭୂମିକାରେ ଅଭିନୟ କରିଥିଲେ ।

Samantha Akkineni and Naga Chaitanya divorce: From going to marriage counsellor to Nagarjuna helping them sort things out; here's a look at all that has happened so far

Get real time updates directly on you device, subscribe now.