fbpx

ସମଲିଙ୍ଗୀ ବିବାହ ମାମଲା: ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବାକୁ ସୁପ୍ରିମ୍‍କୋର୍ଟଙ୍କୁ ଅନୁରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ବୈଧ ଘୋଷଣା କରାଯିବା ସଂକ୍ରାନ୍ତୀୟ ଏକ ଆବେଦନର ବିଚାରରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତି, ଗତକାଲି ସମସ୍ତ ରାଜ୍ୟକୁ ଏ ସମ୍ବନ୍ଧରେ ଚିଠି ପଠାଯାଇଛି। ଚିଠିରେ ସେମାନଙ୍କୁ ମତାମତ ଦେବାକୁ କୁହାଯାଇଛି।

ସଲିସିଟର ଜେନେରାଲ୍‍ ତୁଷାର ମେହେଟା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ପ୍ରକ୍ରିୟାରେ ରାଜ୍ୟଗୁଡ଼ିକୁ ପକ୍ଷଭୁକ୍ତ କରିବା ଲାଗି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୨୫ ତାରିଖରେ ସୁପ୍ରିମକୋର୍ଟ ୨ଜଣ ସମଲିଙ୍ଗୀ ଦମ୍ପତିଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଥିଲେ। ସେହି ଦମ୍ପତି ବିବାହ କରିବାର ଅଧିକାର ପାଇଁ ସେମାନେ କୋର୍ଟରେ ଆବେଦନ କରିଥିଲେ । ବିବାହକୁ ସ୍ୱତନ୍ତ୍ର ବିବାହ ଆଇନ ମଧ୍ୟରେ ପଞ୍ଜୀକୃତ କରିବା ଲାଗି ସେମାନେ ଆବେଦନରେ ଅନୁରୋଧ କରିଥିଲେ।

Get real time updates directly on you device, subscribe now.