fbpx

ଶାହରୁଖଙ୍କ ପୁଅ ମାମଲାରେ ସମୀର ୱାଙ୍ଖଡେଙ୍କୁ କୋର୍ଟରୁ ଆଶ୍ୱସ୍ତି ; ଜୁନ୍ ୮ ଯାଏଁ ଗିରଫ ହେବେ ନାହିଁ

ନୂଆଦିଲ୍ଲୀ : ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ସମୀର ୱାନକେଡେଙ୍କୁ ସୋମବାର ବମ୍ବେ ହାଇକୋର୍ଟ ଆଶ୍ୱସ୍ତି ଦେଇଛନ୍ତି ସତ ହେଲେ ଅନେକ ପ୍ରଶ୍ନ କରିଛନ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ଏବଂ ଶାହରୁଖ ଖାନଙ୍କ ମଧ୍ୟରେ ହୋଇଥିବା ଚାଟ୍ ଗଣମାଧ୍ୟମରେ କିପରି ଲିକ୍ ହେଲା ସେନେଇ କୋର୍ଟ ପ୍ରଶ୍ନ କରିଛନ୍ତି।  ସେହି ଚାଟ୍ ଲିଷ୍ଟକୁ ମିଡିଆରେ ଆପଣ ଲିକ୍ କରିଛନ୍ତି କି ବୋଲି ୱାଙ୍ଖଡେଙ୍କୁ କୋର୍ଟ ପଚାରିଛନ୍ତି ?

କୋର୍ଟ କହିଛନ୍ତି ଯେ ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଏହା ସହ ଜଡିତ କିଛି ତଥ୍ୟ କାହିଁକି ସୋସିଆଲ ମିଡିଆରେ ଲିକ୍ କରାଗଲା । ତେବେ ଏସବୁ ମଧ୍ୟରେ ସମୀର ୱାଙ୍ଖଡେଙ୍କୁ ଆଶ୍ୱସ୍ତି ମିଳିଛି । ଗିରଫଦାରକୁ ଜୁନ୍ ୮ ପର୍ଯ୍ୟନ୍ତ ସ୍ଥଗତି ରଖାଯାଇଛି । ଜୁନ୍ ୮ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ସମୀର ୱାନକେଡେଙ୍କୁ ମଧ୍ୟ ହାଇକୋର୍ଟ ରିଲିଫ ଦେଇଛନ୍ତି।

ଏହାର ଜବାବ ଦାଖଲ କରିବାକୁ ଜୁନ୍ ୩ ପର୍ଯ୍ୟନ୍ତ କୋର୍ଟ ସିବିଆଇକୁ ସମୟ ଦେଇଛନ୍ତି। କେବଳ ଏତିକି ନୁହେଁ ସମୀର ୱାନକେଡେ ଅଭିଯୋଗ କରିଛନ୍ତିଯେ ଗତ ୪ ଦିନ ଧରି ମୋତେ ଓ ମୋ ପତ୍ନୀଙ୍କୁ କ୍ରମାଗତ ଭାବରେ ଧମକ ଦିଆଯାଉଛି।

 

Get real time updates directly on you device, subscribe now.