fbpx

ସାମସଙ୍ଗ ପକ୍ଷରୁ ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ ୫ଜିର ଶୁଭାରମ୍ଭ: ୫ଟି ରଙ୍ଗ ଓ ୨ଟି ଭାରିଆଣ୍ଟ୍‌ ଉପଲବ୍ଧ, ମିଳିବ ଅନେକ ଅତ୍ୟାଧୁନିକ ଫିଚର୍ସ

Advertisement

ନୂଆଦିଲ୍ଲୀ: ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ ବ୍ରାଣ୍ଡ, ସାମସଙ୍ଗ ପକ୍ଷରୁ ଏହାର ପ୍ରଥମ ୨୦୨୨ ଫ୍ଲାଗସିପ, ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ ୫ଜିର ଶୁଭାରମ୍ଭ ଘୋଷଣା କରାଯାଇଛି । ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ ୫ଜିରେ ବର୍ଗରେ ସର୍ବଶ୍ରେଷ୍ଠ ଟ୍ରିପଲ କ୍ୟାମେରା ବ୍ୟବସ୍ଥା ରହିଛି । ଏହାର ପଛରେ ଫ୍ଲାଗସି ଗ୍ରେଡର ୧୨ଏମ୍‌ପି (ୟୁଢବ୍ଲୁ)+୧୨ଏମପି(ଡବ୍ଲୁ)+୮ଏମପି (ଟେଲି) କ୍ୟାମେରା ରହିଛି, ଅଲଟ୍ରାୱାଇଡ ଲେନ୍ସ ଓ ୩୨ ଏମପିର ସମ୍ମୁଖ କ୍ୟାମେରା ରହିଛି । ଏହି ପ୍ରୋ ଗ୍ରେଡ୍‌ କ୍ୟାମେରା ବ୍ୟବସ୍ଥା ଡୁଆଲ ରେକର୍ଡିଙ୍ଗ, ପୋର୍ଟ୍ରେଟ ମୋଡ଼, ଉନ୍ନତ ନାଇଟ୍‌ ମୋଡ଼୍‌ ଏବଂ ଅତୂଳନୀୟ ଅନୁଭୂତି ପାଇଁ ୩୦ଗୁଣ ସ୍ପେସ୍‌ ଜୁମ୍‌ ସହିତ ଆସୁଛି ।

ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ ୫ଜି ରେ ୬.୪ ଇଞ୍ଚର ଫୁଲ ଏଚ୍‌ଡି ଯୁକ୍ତ ଡାଇନାମିକ ଆମୋଲଡ ୨ଏକ୍ସ ଡିସପ୍ଲେ ସହିତ ୧୨୦ ହର୍ଜ ରିଫ୍ରେସ ରେଟ, ୨୪୦ହର୍ଜ ଟଚ୍‌ ସାମ୍ପଲିଙ୍ଗ ରେଟ ଏବଂ ଏଆଇ ଆଧାରିତ ବ୍ଲ ଲାଇଟ କଣ୍ଟ୍ରୋଲ ରହିଛି । ୫ଏନ୍‌ଏମ୍‌ ଏକ୍ସିନସ ୨୧୦୦ ପ୍ରୋସେସର ଏବଂ ୪୫୦୦ ମେଗାହର୍ଜ ବ୍ୟାଟେରୀ ଦ୍ୱାରା ସମୃଦ୍ଧ ଗ୍ୟାଲାକ୍ସି ଏସ୨୧ ଏଫ୍‌ଇ ୫ଜି ହାଇସ୍ପିଡ ଏବଂ ନିରବଚ୍ଛିନ୍ନ ପ୍ରଦର୍ଶନ ସୁନିଶ୍ଚିତ କରିଥାଏ । ଏହା ୱାୟର୍‌ଲେସ୍‌ ପାୱାର ସେୟାର ଏବଂ ୱାୟରଲେସ ଦ୍ରୁତ ଚାର୍ଜିଙ୍ଗ ୨.୦ ସହିତ ଆସୁଛି ଏବଂ ୨୫ୱାଟର ସୁପର ଫାଷ୍ଟ ଚାର୍ଜିଙ୍ଗର ସମର୍ଥନ କରୁଛି । ଆଇପି୬୮ ରେଟିଙ୍ଗ ଏହି ସ୍ମାର୍ଟଫୋନକୁ ଧୂଳି ଏବଂ ଜଳ ପ୍ରତିରୋଧୀ କରୁଛି । ଏହା ସମ୍ପର୍କରେ ସାମସଙ୍ଗ ଇଣ୍ଡିଆର ସିନିୟର ଡାଇରେକ୍ଟର ଏବ ହେଡ, ପ୍ରଡକ୍ଟ ମାର୍କେଟିଙ୍ଗ ଆଦିତ୍ୟ ବାବର କହିଛନ୍ତି ଯେ, “ଗ୍ୟାଲାକ୍ସି ଏସ୨୦ ଏଫଇ ପାଇଁ ମିଳିଥିବା ଅତୁଳନୀୟ ପ୍ରତିକ୍ରିୟା ଦେଖିବା ପରେ ଆମେ ଗ୍ୟାଲାକ୍ସି ଏସ୨୧ ଏଫଇ ୫ଜି ସହିତ ଏହି ବିରାସତକୁ ଆଗକୁ ବଢ଼ାଇଛୁ, ଯାହାକି ଅସାଧାରଣ ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଛି । ଏକ ପ୍ରାରମ୍ଭିକ ଅଫର ଭାବେ ଗ୍ରାହକମାନେ ଏହି ୮+୧୨୮ ଜିବି ଭାରୀଆଣ୍ଟର ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ ୫ଜିକୁ ୪୯,୯୯୯ଟଙ୍କାରେ ଏବଂ ୮+୨୫୬ଜିବି ଭାରିଆଣ୍ଟ୍‌କୁ ୫୩,୯୯୯ଟଙ୍କାରେ କିଣି ପାରିବେ ।

Get real time updates directly on you device, subscribe now.